ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚୌହଦିର ବିକାଶ କରୁଛନ୍ତି ରାଜ୍ୟ ସରକାର। ସବୁଜିମାମୟ ହେବ ପରିକ୍ରମା ମାର୍ଗ। ସବୁଜ ବଳୟରେ ଚକା ଆଖି ସଂଦର୍ଶନ କରିବେ ଭକ୍ତ। ପାହାଚ ଭଳି ସଜେଇ ହେବ ବୃକ୍ଷରାଜି। ଲ୍ୟାଣ୍ଡିସ୍କେପିଂ ଅଞ୍ଚଳରେ ଏଭଳି ନିଆରା ଅନୁଭବ ନେବେ ଭକ୍ତ। ସବୁଜିମାର ସୌନ୍ଦର୍ଯ୍ୟ ସହ ଫୁଲ ଓ ତୁଳସୀର ମହକ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରୁଥିବା ଭକ୍ତଙ୍କୁ ସମ୍ମୋହିତ କରିବ। ସମ୍ପୂର୍ଣ୍ଣ ପରିକ୍ରମା ମାର୍ଗରେ ପ୍ରାୟ ୧୨୦ କିସମର ୧ଲକ୍ଷ ଗଛ ଲଗାଯାଉଛି। ଲ୍ୟାଣ୍ଡସ୍କେପିଂ ଅଞ୍ଚଳରେ ରୋପଣ ହେଉଥିବା ବୃକ୍ଷରାଜି ଶ୍ରୀଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ। ବଫର୍ ଜୋନ, ବାହାର ପ୍ରଦକ୍ଷିଣ ଓ ଅନ୍ତଃ ପ୍ରଦକ୍ଷିଣ ମାର୍ଗ ପାର୍ଶ୍ବ ଫୁଲ ଓ ସାଜସଜ୍ଜା ଗଛରେ ସୁସଜ୍ଜିତ ହେବ।ନୂଆରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି ଶ୍ରୀକ୍ଷେତ୍ରର କଳେବର। ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ନିର୍ବିଘ୍ନ ଶ୍ରୀମନ୍ଦିର ପରିକ୍ରମା ସହ ସାଧନାର ମୂଳପୀଠ ପାଲଟିବାକୁ ଯାଉଛି ଶ୍ରୀମନ୍ଦିର। ଏହି ପ୍ରକଳ୍ପ ସହ ନୂଆ ଜୀବନ ପାଇଛନ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠ, ମନ୍ଦିର। ପୂର୍ବରୁ ଜବରଦଖଲ ଓ ଦୋକାନବଜାରର ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇପଡ଼ୁଥିବା ଏହି ମଠ, ମନ୍ଦିର ଏବେ ମୁକ୍ତନିଃଶ୍ବାସ ଛାଡ଼ିବା ସହ ଝଲସିବା ଆରମ୍ଭ କରିଛନ୍ତି। ନୂଆ ଜୀବନ ପାଇଛି ମଠ, ମନ୍ଦିରର ପୁରୁଣା ଐତିହ୍ୟ। ଜୀବନ୍ତ ରୂପ ପାଇଛନ୍ତି କାରୁକାର୍ଯ୍ୟ। ପୁରୁଣା ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖି ୧୭ଟି ମଠ ଓ ୩ଟି ମନ୍ଦିରର ଚାଲିଛି ନବକଳେବର।
Trending
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
Prev Post
Next Post