ଜଗନ୍ନାଥ ଧାମ ଦୀଘା ଘୋଷଣା ସମ୍ପୂର୍ଣ୍ଣ ନିନ୍ଦନୀୟ – ଛତିଶା ନିଯୋଗ

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆଇନର ଆଶ୍ରୟ ନେବାକୁ ଛତିଶା ପକ୍ଷରୁ ନିଯୋଗ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଛତିଶା ନିଯୋଗ ନାୟକ ପରାମର୍ଶ ଦେଇଛନ୍ତି। ଛତିଶା ନିଯୋଗ ପକ୍ଷରୁ କୁହାଯାଇଛି ଯେ ଜଗନ୍ନାଥ ଧାମ ଦୀଘା ଘୋଷଣା ସମ୍ପୂର୍ଣ୍ଣ ନିନ୍ଦନୀୟ।

ଜଗନ୍ନାଥ ଧାମ ଦୀଘା ଶବ୍ଦ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯିବା ଉଚିତ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରାଯିବା ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ହେଲେ ଆଇନର ପରାମର୍ଶ ନେବାକୁ ଛତିଶା ନିଯୋଗ ଅନୁରୋଧ କରିଛି। ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଯେ ପୂର୍ବରୁ ଦାରୁର ବଳକା ଅଂଶ କୋଇଲି ବୈକୁଣ୍ଠରେ ରହି ଆସୁଥିଲା।

କିନ୍ତୁ ଗତ ନବକଳେବରର ବଳକା ଦାରୁ ଗୋଟିଏ ନିଯୋଗ ଦାୟିତ୍ୱରେ ରହିଥିଲା। ଗୋଟିଏ ନିଯୋଗ ଦାୟିତ୍ୱରେ ରହିବା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହୋଇଛି। ବଳକା ଦାରୁରେ ଅନ୍ୟ ଜଗନ୍ନାଥ ମୂର୍ତ୍ତି ସମ୍ପୂର୍ଣ୍ଣ ଅନୁଚିତ। ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ ବୋଲି ଛତିଶା ନିଯୋଗ ନାୟକ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି।

Leave a comment