ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ,ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ ଜନସାଧାରଣଙ୍କୁ  ପରାମର୍ଶ ଦେଇଛନ୍ତି ଏସଆରସି

ସାରା ରାଜ୍ୟରେ ପ୍ରଚଣ୍ଡ ଖରା । ୧୭ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର  ।  ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇଛି  ।   ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ।  ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ ଜନସାଧାରଣଙ୍କୁ  ପରାମର୍ଶ ଦେଇଛନ୍ତି ଏସଆରସି ।

ସେପଟେ ବଢୁଛି ଖରା,ଅସମ୍ଭାଳ ହେଉଛି ତାତି । ବାରିପଦା ସହରରେ ଏବେ ଦିନକୁ ଦିନ ତାପମାତ୍ରା ବଢିବାରେ  ଲାଗିଛି । ଯାହାଫଳରେ  ଏବେ ଧୀରେ ଧୀରେ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହରୁ ୩୮ ରୁ ୩୯ ଡିଗ୍ରୀ ଛୁଇଁଲାଣି ତାପମାତ୍ରା  ।  ଯାହାକୁ ନେଇ ଏବେ ଚିନ୍ତା ଓ ଭୟରେ ସହର ବାସୀ ।

ବିଗତ ବର୍ଷ ମାନଙ୍କରେ ଆମେ ଜାଣିଛେ ୨୦୨୩ ଏବଂ ୨୪ ରେ ବାରିପଦା ସହର କେତେବେଳେ ବିଶ୍ୱର ଉତ୍ତପ୍ତ ସହର ପାଲଟିଛି ତ’ ପୁଣି କେତେବେଳେ ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ନୂଆ ନୂଆ ରେକର୍ଡ ସୃଷ୍ଟି  କରିଛି ।   ଗତବର୍ଷ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହରେ ବାରିପଦା ସହରର ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ଛୁଇଁଥିବା ବେଳେ ଏହା ବିଶ୍ଵର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିଲା  ।

ତେଣୁ ଚଳିତ ବର୍ଷ ଏବେ ଠାରୁ ଅନୁଭବ ହେଉଥିବା ଖରା ଓ ବଢିଚାଲିଥିବା ତାପମାତ୍ରା ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କୁ ଲକ୍ଷ୍ୟ କଲେ ଲାଗୁଛି’ ଚଳିତ ବର୍ଷର ତାପମାତ୍ରା ବିଗତ ବର୍ଷ ମନଙ୍କର ସବୁ ରେକର୍ଡ କୁ ପାର କରିବ ।  ଚଳିତମାସ ୧୧,୧୨ ଓ ୧୩ ତାରିଖ ର କଥା ଯଦି କହିବା  ତେବେ ଏହି ୩ ଦିନ ମଧ୍ୟରେ ତାପମାତ୍ରା ବଢି ବଢି ୩୯ ଡିଗ୍ରୀ ପାଖ ଛୁଇଁଲାଣି ।

Leave a comment