ସାଆନ୍ତେ ଙ୍କ ପାଇଁ ଚାଲିଛି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ,ଶେଷ ପର୍ଯ୍ୟାୟରେ ପୋଟଳ କାର୍ଯ୍ୟ ଜାରି ରହିଛି
ସାଆନ୍ତେ ଙ୍କ ପାଇଁ ଚାଲିଛି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ । ରଥ କାର୍ଯ୍ୟଏବେ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଶେଷ ପର୍ଯ୍ୟାୟରେ ପୋଟଳ କାର୍ଯ୍ୟ ଜାରି ରହିଛି।ସେପଟେ ତିନି ରଥର ମୂଳ କଇଞ୍ଚି ବା ଚାରି ନାହାକା କଇଞ୍ଚି ତିନିରଥ ରେ ଦୁଇଟି ଲେଖାଏଁ ଉଭୟ ପାର୍ଶ୍ଵରେ ପଡ଼ିଅଛି।ଏଥିସହ ତିନିରଥ ର ପାରା ଭାଡ଼ି ସହ ପୋଟଳ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତିନିରଥର ତୃତୀୟ ଭୂଇଁ ଫ୍ରେମ୍ ଉଠି ମଝି ଭୂଇଁ ଉପରେ ସ୍ଥାପିତ କାର୍ଯ୍ୟ ଶେଷ ହୋଇଛି, ଏବଂ ତିନିରଥର ତେରପରସ୍ଥ ପୋଟଳ କାର୍ଯ୍ୟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ, ତିନିରଥର ଏକ ନମ୍ୱର ପୋଟଳ ସଂଯୋଗ ହେବା ପରେ ବାକି ୧୨ ପରାସ୍ତ ପୋଟଳ ପାରାଭାଡ଼ି କୁ ମିଶାଇ ନିର୍ମାଣ ହେବ।ଏଥିସହ ଆଜି ତିନିରଥର ଆଗ ଆଣି ଏବଂ ପଛ ଆଣି ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି।ଏବଂ ମହାରଣା ସେବକ ମାନେ ତିନି ରଥର କନକ ମୁଣ୍ଡି ,ଅଁଳା ପିଣ୍ଡି, କଳସ ପିଣ୍ଡି ନିର୍ମାଣ ପାଇଁ ୪ ଟି ଲେଖାଏଁ ଶିମିଳି କାଠ ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି।