ଜୁଲାଇ ୧୬ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ୨୨ ଦିନର ଅପେକ୍ଷା । ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଭକ୍ତଙ୍କ ଗହଣରେ ରଥାରୂଢ଼ ହେବେ ଚତୁର୍ଦ୍ଧା ବିଗ୍ରହ । ଏଥିପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ଫୁଟ ବା ୬୭ ମିଟର । ପ୍ରତ୍ୟେକ ରଥରେ ଲାଗିଥାଏ ୪ଟି ଲେଖାଏଁ ଦଉଡ଼ି ଏବଂ ଅତିରିକ୍ତ ଥାଏ ଦୁଇଟି ଲେଖାଏଁ ଦଉଡ଼ି । ତେବେ ଚଳିତ ଘୋଷଯାତ୍ରା ପାଇଁ ଆସିଲା ଦୁଇଟି ସେଟ୍ ରଥ ଦଉଡ଼ି । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି ।ସେପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ବିଶ୍ଵକର୍ମା, ଭୋଇ, ରୂପକାରଙ୍କ ସହ କମାର ଶାଳରେ ଓଝା ସେବକ ଏବଂ କରତି ଚାଳିରେ କରତି ସେବକମାନେ ଦ୍ରୁତ ଗତିରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ଚିତ୍ରକର ସେବକ ମାନେ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ତିନି ରଥରେ ପୋଟଳ ଓ ପାରାଭାଡି ଉଠିଥିବା ବେଳେ ରଥରେ ତେର ପରସ୍ତ ପୋଟଳ ଉଠି ସାରିଛି । ଭୋଇ ସେବକମାନେ ୬ ନମ୍ବର ତେର ପରସ୍ତ ପୋଟଳ ଉଠାଇବା କାର୍ଯ୍ୟ ଶେଷ କରି ୬ ନଂ ହରିବୋଲ ପକାଇଛନ୍ତି ।
Trending
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ