ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ ଆଣି ଅନ୍ନକ୍ଷେତ୍ରରେ ମହାପ୍ରସାଦ ସେବନ କରିପାରିବେ, ଉତ୍ତରଦ୍ବାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର
ଶ୍ରୀମନ୍ଦିର ଉତ୍ତରଦ୍ବାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର । ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ ଆଣି ଉତ୍ତର ଦ୍ବାର ବାହାରେ ହେବାକୁ ଥିବା ଅନ୍ନକ୍ଷେତ୍ରରେ ମହାପ୍ରସାଦ ସେବନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଅଧାପନ୍ତରିଆ ପ୍ରକଳ୍ପ, ମଠ ପୁନରୁଦ୍ଧାର, ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବୁଲିଛନ୍ତି ଗଜପତି ମହାରାଜା । ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ମଧ୍ୟ ଉପସ୍ଥିତ ଥିଲେ।