ଜାନୁଆରି ୧ ତାରିଖରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ଏନେଇ ଗତ ୨୫ ତାରିଖରେ ଡିଏମ୍ଏଫ୍ ସମ୍ମିଳନୀ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ବିବରଣୀ ବାହାରକୁ ଆସିବା ପରେ ବୈଠକରେ ହୋଇଥିବା ଅନେକ କିଛି ନିଷ୍ପତ୍ତି ଏବେ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ଏଥର ଦୁଲ୍ଦୁଲି ପାଇଁ ଜିଲ୍ଲାର ସମସ୍ତ ସରକାରୀ ବିଭାଗ, ନିଗମ, ପବ୍ଲିକ ଏଣ୍ଟରପ୍ରାଇଜେସ୍ ଅନ୍ୟୁନ ୧ ଲକ୍ଷ ଟଙ୍କା ଲେଖାଏଁ ସେମାନଙ୍କର ଆଇଇସି ପାଣ୍ଠିରୁ ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ ଟଙ୍କା ସମ୍ପୃକ୍ତ ବିଭାଗର ପ୍ରଚାରପ୍ରସାର ପାଇଁ ଖର୍ଚ୍ଚ କରାଯିବ ବୋଲି ପ୍ରୋସିଡିଂରେ ଉଲ୍ଲେଖ ରହିଛି। ଅର୍ଥାତ୍ ଜିଲ୍ଲାରେ ଥିବା ୪୨ଟି ସରକାରୀ ବିଭାଗ, ୫ରୁ ଅଧିକ ନିଗମ, ପବ୍ଲିକ ଏଣ୍ଟରପ୍ରାଇଜେସ୍କୁ ମିଶାଇ ସରକାରୀ କଳରୁ କେବଳ ୫୦ ଲକ୍ଷ ଟଙ୍କାରୁ ଅଧିକ ଆଦାୟ ହେବ। ଏହାସହିତ ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ, ମାଇନିଂ ଗ୍ରୁପ୍, କର୍ପୋରେଟ୍ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ସହ ମହୋତ୍ସବରେ ସାମିଲ୍ ହେବାକୁ ଅନୁରୋଧ କରାଯିବ। ୧୦ ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ଦେଉଥିବା ସଂସ୍ଥାକୁ ଡାଇମଣ୍ଡ ଗ୍ରୁପ୍ରେ, ୫ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଅନୁଦାନ ଦେଉଥିବା ସଂସ୍ଥାକୁ ପ୍ଲାଟିନମ୍ ଗ୍ରୁପ୍ରେ ଓ ୨ରୁ୫ ଲକ୍ଷ ଟଙ୍କା ଯାଏ ଅନୁଦାନ ଦେଉଥିବା ଗ୍ରୁପ୍କୁ ଗୋଲ୍ଡେନ୍ ଗ୍ରୁପ୍ରେ ସମ୍ବଦ୍ଧିତ କରାଯିବ। ଚଳିତ ବର୍ଷର ମହୋତ୍ସବକୁ ବିଶାଳ ଆକାରରେ ଆୟୋଜନ । କରାଯିବା ସହ ଜାତୀୟସ୍ତରର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ନାମରେ ନୂଆ ଏକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯିବ। ଯାହାକି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ହିଁ ପରିଚାଳିତ ହେବ। ସମସ୍ତ କମିଟି ସେମାନଙ୍କର ବଜେଟ୍ ଫାଇନାନ୍ସ କମିଟି ନିକଟରେ ଦାଖଲ କରିବେ। ଏହି ଆଧାରରେ ଟେଣ୍ଡର କରାଯିବ। ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ପ୍ରତି କମିଟିର ନୋଡାଲ୍ ଅଧିକାରୀ ଦାୟିତ୍ବ ଜଣେ ଲେଖାଏ ସରକାରୀ ଅଧିକାରୀଙ୍କୁ ଦିଆଯାଇଥିବା ବେଳେ ଅଧିକରୁ ଅଧିକ ସିଭିଲ ସୋସାଇଟି ସଦସ୍ୟଙ୍କୁ ଏଥିରେ ସାମିଲ୍ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତି ବିଡିଓ ୨ଟି ଲେଖାଏ ଦଳ ପଠାଇବାର ଦାୟିତ୍ବ ନେବେ । ଭିଆଇପି ଓ ଭିଭିଆଇପିଙ୍କ ପାଇଁ । ଗାଡ଼ିର ବନ୍ଦୋବସ୍ତ ଆର୍ଟିଓ କରିବେ।
Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ