ଆଜି ଦୋଳପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସୁନାବେଶ

ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା  ଅନ୍ୟତମ । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଲାଗି କରାଯିବ। । ଏନେଇ ଦୋଳ ବେଦି କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି ।  ସେପଟେ  ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ  ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l

ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ  ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅବିର ଖେଳିଥାନ୍ତି  l ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି । ଦୋଳପୂର୍ଣ୍ଣିମା ପାଇଁ ରାତ୍ର ୩ ରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଛି  l

୪ ଟା ସୁଦ୍ଧା ମଙ୍ଗଳ ଆଳତି ହେବା ପରେ ସକାଳ ୮ ରୁ ୯ ଟା ସୁଦ୍ଧା ହେବ ରାଜାଧିରାଜବେଶ  ।  ୧୦ ଟା ୩୫ ସୁଦ୍ଧା ହେବ ରାଜାଧିରାଜ ବେଶ ମଇଲମ ବା ଓଲାଗି ହେବ। ଅପରାହ୍ନ ୧୨ ଟା ୩୦ ସୁଦ୍ଧା ଦୋଳବେଦୀକୁ ବିମାନ ବିଜେ କରିବେ ଦୋଳଗୋବିନ୍ଦ  l ଦୋଳପୂର୍ଣ୍ଣିମାରେ ରାତ୍ର ୩ ଟା ୪୫ ସୁଦ୍ଧା ରାତ୍ର ପହଡ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି  । ଶ୍ରୀମନ୍ଦିରରେ ସୁନା ବେଶ ଦର୍ଶନ ନେଇ ଦୋଳ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି l ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ବେଦୀ କୁ ଆସିବ ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି  l

Leave a comment