ଆଜି ଚୈତ୍ରମାସ ଚତୁର୍ଥ ମଙ୍ଗଳବାର,ମାଆ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ମଙ୍ଗଳା

ଆଜି ହେଉଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ଚୈତ୍ରମାସ ଚତୁର୍ଥ ମଙ୍ଗଳବାର ପାଳିଯାତ୍ରା । ଆଜି ମାଆ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ମଙ୍ଗଳା ମନ୍ଦିରରେ ଆଜି ମା ମଙ୍ଗଳାଙ୍କ ନୀତିକାନ୍ତି ସହ ପୂଜା ଚାଲିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି କମଣୀୟ ବେଶକୁ ଦର୍ଶନ କରୁଛନ୍ତି । ରାତ୍ର ଚାରିଟା ପରଠୁ ଦ୍ୱାର ଫିଟା ପରେ ଭକ୍ତମାନେ ବ୍ୟାରିକେଡ଼ ଭିତରେ ଧାଡ଼ିରେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।ହରିବୋଲ ହୁଳହୁଳିରେ କମ୍ପି ଉଠୁଛି ମନ୍ଦିର । ଆଜି ମାଙ୍କ ପାଖରେ ପ୍ରସିଦ୍ଧ ପ୍ରସିଦ୍ଧ ଚୁଡ଼ା ଘସା ଭୋଗ ଲାଗିର ପରମ୍ପରା ରହିଛି । ଆଜି ଦିନରେ ମନ୍ଦିର ବେଢ଼ା ଭିତରେ ଘଣ୍ଟ ପାଟୁଆ ନୃତ୍ୟ ସହ ବିଳମ୍ବିତ ରାତ୍ରିରେ କାଳିକା ନୃତ୍ୟର ପରମ୍ପରା ରହିଛି । ଆଜି ମାଆଙ୍କ ପୀଠରେ ଚତୁର୍ଥ ପାଳି ଯାତ୍ରାରେ କେମିତି ରହିଛି ଭକ୍ତଙ୍କ ଗହଳି ।

Leave a comment