ନବୀନ ନିବାସରୁ ଆସିଛି ଡ଼ାକରା । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ( କଟକ ମହାନଗ ନିଗମ)ର ୧୪ ଜଣ ବିଜେଡି କର୍ପୋରେଟରଙ୍କୁ ନବୀନ ନିବାସରୁ ଡ଼ାକରା ଆସିଛି । ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରଭାତ ବିଶ୍ୱାଳରୁ ଦଳରୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହି ଘଟଣା ପରେ ଯେମିତି କଟକ ରାଜନୀତିରେ ନୂଆ ମୋଡ଼ ଆସିଥିବା ଭଳି ଅନୁମାନ ହେଉଛି । କଟକରେ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଘନ ଘନ ବୈଠକ ବସୁଛି । ଯେଉଁଥିରେ ବିଜେଡିରେ ଅନେକ ବରିଷ୍ଠ ନେତା ଏବଂ କର୍ପୋରେଟରମାନେ ସାମିଲ ହେଉଛନ୍ତି । ନିକଟରେ ଗୋଟିଏ ସପ୍ତାହଙ୍କ ମଧ୍ୟରେ ଦୁଇ ଦୁଇ ଥର ବୈଠକ ବସିସାରିଥିଲା । ଯେଉଁଥିରେ ସିଏମସି ମେୟର ସୁବାଷ ସିଂହ ମଧ୍ୟ ସାମିଲ ହୋଇଥିଲେ । ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କ ଏନେଇ ପ୍ରଶ୍ନ ପଚରାଯିବାରୁ, ସେ କହିଥିଲେ କି ମୁଁ ବିଜେଡିର ଜଣେ ନେତା ହିସାବରେ ଏହି ବୈଠକକୁ ଯାଇଥିଲି । ଏହାକୁ ନେଇ କୌଣସି ରାଜନୀତି କରିବା ଉଚିତ୍ ନୁହେଁ । ସେହିପରି ଏହି ବୈଠକ ପରେ କିଛି କର୍ପୋରେଟର ପ୍ରଭାତଙ୍କ ସପକ୍ଷରେ ବାହାରିଥିଲେ । କହିଥିଲେ କି, ଭାଇଙ୍କ ସହିତ ଆମେ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ ।ଅନ୍ୟପଟେ କଟକ ରାଜନୀତିରେ ଚାଲିଥିବା ହଟଚମଟ ଦେଖି ଆକ୍ସନମୁଡ୍ରେ ସୁପ୍ରିମୋ । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୧୪ ଜଣ କର୍ପୋରେଟରଙ୍କୁ ନବୀନ ନିବାସରୁ ଡାକରା ଆସିଛି । ସୋମବାର ଦିନ ୧୦ଟା ସମୟରେ ସମସ୍ତ କର୍ପୋରେଟ ନବୀନ ନିବାସରେ ଉପସ୍ଥିତ ରହିବେ । ଏହିଠାରେ ପାର୍ଟି ସୁପ୍ରିମୋଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ପ୍ରଭାତ ବିଶ୍ୱାଳଙ୍କ ସହ କର୍ପୋରେଟଙ୍କ ରୁଦ୍ଧଦ୍ୱାରା ବୈଠକ ପରେ ନବୀନ ନିବାସରୁ ଏପରି ଡାକରା ଆସିଛି ବୋଲି ଚର୍ଚ୍ଚା ହେଉଛି ।
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ