ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି। ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଧରି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କାର୍ଯ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯିବ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ବଣିଆ, ଜେମୋଲୋଜିଷ୍ଟ, ଭଣ୍ଡାର ମେକାପ, ଦେଉଳକରଣ ଉପସ୍ଥିତ ରହିବେ। ମହାପ୍ରଭୁଙ୍କ ଦୂର୍ଲ୍ଲଭ ସ୍ବର୍ଣ୍ଣ ଅଳଙ୍କାର ସହିତ ହୀରା, ଲୀଳା, ମୋତି ମାଣିକ୍ୟର ଗଣତି ମଣତି କରାଯିବ। ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ଗଣତି ମଣତି କାର୍ଯ୍ୟର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାରର ମେଳକ କରାଯିବ। ଗଣତିମଣତି ସମୟରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରିପାରିବେ।
Trending
- ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି
- ଆରପାରିରେ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣ: ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି ଏବଂ ଭାରତ
- ଜୁଏଲ ଓରାମ ନିଜ ଦଳର ନେତାଙ୍କ ବିରୋଧରେ ଯେଉଁ ସାଂଘାତିକ ବୟାନ ଦେଇଛନ୍ତି, ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ – ମନମୋହନ ସାମଲ
- ନେପାଳ ବନ୍ୟା : ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ୭ ମୃତଦେହ ଉଦ୍ଧାର
- ତିବ୍ବତ-ନେପାଳ ସୀମାରେ ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା,ବିହାରରେ ହାଇଆଲର୍ଟ
- ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ: ନିଶା ସିଣ୍ଡିକେଟ ଧ୍ବଂସ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ମୋହନ ଚରଣ ମାଝୀ
- କାହିଁକି ଅଟକି ଗଲା ଆଟଲାସ ସାଇକେଲ , ହିରୋରୁ ପାଲଟିଗଲା ଜିରୋ
- ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ,ସମସ୍ତ କାର୍ ପୋଡ଼ି ପାଉଁଶ
- ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ,ଏଯାଏଁ ୫୪୭ ଟପିଲାଣି,୩୨୦ରୁ ଅଧିକ ଭାରତୀୟ ନିଖୋଜ