ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି,ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ ଧରିଛି

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି । ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ ଧରିଛି । ତିନିରଥର ପାଞ୍ଚ ଦଣ୍ଡା ସହ ଜାରୀ ରହିଛି ପାର୍ଶ୍ୱ ଦଣ୍ଡା ଚଉପଟ କାର୍ଯ୍ୟ । ୪ ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାଞ୍ଚଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ସହ ପାର୍ଶ୍ୱଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରି ରହିଛି । ପାଞ୍ଚ ଦଣ୍ଡା ସହ ପାର୍ଶ୍ୱଦଣ୍ଡା ଗୁଡ଼ିକର ଚଉପଟ ପରେ ମାପ ପ୍ରକାରେ ଦଣ୍ଡା ଗୁଡ଼ିକର ଉଭୟ ପାର୍ଶ୍ୱ ମୁଖ ସାଲ କାର୍ଯ୍ୟ ହୋଇଛି । ପାଞ୍ଚ ଦଣ୍ଡାର ଆଗ ଆଣି ଏବଂ ପଛ ଆଣି ମୁଂହାଟ ସଂଯୋଗ ହୋଇ ପାଞ୍ଚ ଦଣ୍ଡାର ଉଭୟ ପାର୍ଶ୍ୱରେ ୬ଟି ଲେଖାଇଁ କୁଡୁକା ସଂଯୋଗ ହୋଇ ଖଞ୍ଜା ଯିବ । ପାର୍ଶ୍ୱ ଦଣ୍ଡା ଏହାପରେ ପାଞ୍ଚ ଦଣ୍ଡା ପ୍ରତି କୋଣ ରେ ୪ ଟି ଲେଖାଏଁ ଗୁଜ, ଅସୁଆରୀ ଉଠି, ଗୁଜ ଏବଂ ଆସୁଆରି ଉପରେ ଉପର ମୁହାଁଟି ସଂଯୋଗ ହୋଇ ରଥର ଫ୍ରେମ୍ ପ୍ରସ୍ତୁତ ହେବ।

Leave a comment