ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ନୀତି ପରେ ଭିତର କାଠ ଦର୍ଶନ ଚାଲୁଥିବା ବେଳେ ଅଘଟଣ। ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହେଉଛି । ଦେଢ଼ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହେବ  ।  ଅବକାଶ ଶେଷ ହେବା ପରେ ବଡ଼ ମହାସ୍ନାନ କରାଯାଉଛି  ।  ଯାହାଫଳରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Leave a comment