କଟକର ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ । ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳଆଳତୀ କରାଯାଇଛି । ବାବା ଧବଳେଶ୍ଵର ଶ୍ରଦ୍ଧାଳୁ ମାନଙ୍କୁ ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସୁରକ୍ଷା ପାଇଁ ଦୁଇ ଜଣ ଅତିରିକ୍ତ ଏସପିଙ୍କ ସମେତ ଦୁଇ ଜଣ ମାଜିଷ୍ଟ୍ରେଟ, ୧୦୦ ପୁଲିସ ଅଧିକାରୀ,୧୫ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି । ସେପଟେ ଆଜି ପୀଠରେ ପଞ୍ଚୁକର ତୃତୀୟ ଦିନ ଏବଂ ଶେଷ ସୋମବାର ମଧ୍ୟ । ତେଣୁ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।ପଞ୍ଚୁକ ପ୍ରଥମ ଦିନରେ ପୁରୀ ଅସମ୍ଭାଳ ଭିଡ଼ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିଜେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ସାରା ରାତି ମହାପ୍ରଭୁଙ୍କୁ ଦର୍ଶନ ଚାଲିଛି । ପଞ୍ଚକର ପ୍ରଥମ ଦିନରେ ଗତକାଲି ଶ୍ରୀମନ୍ଦିର ବାହାରେ ଠେଲା ପେଲା ସ୍ଥିତି ଉପୁଜିବା ପରେ ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି । ପଞ୍ଚୁକର ଅବଶିଷ୍ଟ ୩ ଦିନ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ,ଜନଗହଳି ନିୟନ୍ତ୍ରଣ ,ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି । ଶ୍ରଦ୍ଧାଳୁ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ତାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଭକ୍ତ ପୁର୍ନବାର ସିଂହଦ୍ଵାର ଦେଇ ପ୍ରସ୍ଥାନ ନକରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ସେହିପରି ପ୍ରୋଟୋକଲ୍ ରାସ୍ତା ଏବଂ ଗଳାବାଟରେ ଭକ୍ତମାନେ ନଯିବା ପାଇଁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ । ନିୟମ ମାନି ଶୃଙ୍ଖଳିତ ଦର୍ଶନ କରନ୍ତୁ ଭକ୍ତ । ପଞ୍ଚୁକ ପ୍ରଥମ ଦିନ ଜଗୁଁ ଅସମ୍ଭବ ଭିଡ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି
Trending
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
- ଆଜି ଓଡ଼ିଆ ପାଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ
- ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା,ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ