Browsing Category

Weather Report

News about state of the atmosphere

ଚଳିତ ବର୍ଷ ଫେବୃଆରୀ ପୂର୍ବରୁ ତାପମାତ୍ରା ବୃଦ୍ଧି ସମସ୍ତଙ୍କୁ ଚକିତ କରିଛି

ଗତ ମାସ ୨୭ ତାରିଖରେ କୋରାପୁଟର ତାତି ଦୀର୍ଘ ୫୨ ବର୍ଷର ରେକର୍ଡ ଭାଙ୍ଗିଛି। ଜାନୁଆରୀ ମାସରେ କୋରାପୁଟ ତାତି ୩୩.୪ ଡିଗ୍ରୀରେ ପହଞ୍ଚିଛି। ୧୯୭୩ ପରେ ପ୍ରଥମ ଥର ପାଇଁ ଜାନୁଆରୀରେ ଏଭଳି ତାତି ଅନୁଭୂତ ହୋଇଛି। ଜାନୁଆରୀ ୩୧ରେ ଭବାନୀପାଟଣାରେ ରେକର୍ଡ ୩୪ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି।…

ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି

କ୍ରମାଗତ ଭାବେ ଦ୍ବିତୀୟ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସବୁଠୁ ଅଧିକ ୩୬.୬ ଡିଗ୍ରୀ ରେକର୍ଡ଼ କରାଯାଇଛି। ପାରଳାଖେମୁଣ୍ଡି ସମେତ ୫ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗିରରେ…

ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ହେଉଛି ତାତି

ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ। ସକାଳ ୧୦ଟାରୁ ଅସମ୍ଭାଳ ହେଉଛି ତାତି ।  ପ୍ରଥମ ସପ୍ତାହରୁ ୩୬ ଡିଗ୍ରୀ ପାର କଲା ପାରଦ। ଗତକାଲି ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀରେ ମଧ୍ୟ ବଢ଼ିଛି ପାରଦ। ଭୁବନେଶ୍ବରରେ ୩୪.୯ ଡିଗ୍ରୀ…

ମାଘ ମାସରେ ବାଘ ଭଳି ଖରା,ଭୁବନେଶ୍ୱରରେ ତାପମାତ୍ରା ୩୪ ଡିଗ୍ରୀ ଟପିଛି

ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା ।  କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଭୋରର ଘନ କୁହୁଡ଼ି ପଡୁଥିବା ବେଳେ ଦିନ ବଢିବା ସହ ଖରା ବଢୁଛି । ବିଶେଷ କରି ଫେବ୍ରୁଆରି ତୃତୀୟ…

ଫେବୃଆରୀ ଆରମ୍ଭରୁ ପାରଦ ଉପରମୁହଁl ,ଲୋକଙ୍କ ମନରେ ଆଗାମୀ ସ୍ଥିତିକୁ ନେଇ ଶଙ୍କା

ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ବି ଶୀତ ଲହରୀ ଜାରୀ ରହିଛି। ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୋର ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଫଳରେ ସକାଳୁଆ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଶୀତ ବସ୍ତ୍ର ପରିଧାନ କରିବା ସହ ନିଆଁର ସାହାଯ୍ୟ ନେଉଥିବା…

ଦୁଇ ଦିନ ଯାଏ ଘନ କୁହୁଡ଼ି

ଘନକୁହୁଡ଼ି ଯୋଗୁଁ ଗୁରୁବାର କୋରାପୁଟରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା। ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ବାୟୁମଣ୍ଡଳକୁ ଅଚ୍ଛାଦିତ କରି ରଖିଥିଲା। ତାଳଚେର, ଅନୁଗୋଳ, କେନ୍ଦୁଝର, ଫୁଲବାଣୀ ଏବଂ ଚାନ୍ଦବାଲିରେ ଘନକୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆସନ୍ତା ୨ ତାରିଖ…

ଆଜି ଠାରୁ ରାତି ସହ ଦିନର ତାପମାତ୍ରା ମଧ୍ୟ ବଢ଼ିବ

ମାଘରେ ଆଉ ବାଘ ଭଳି ଶୀତ ନାହିଁ। ହାତଗଣତି କିଛି ଜିଲ୍ଲାକୁ ଛାଡ଼ି ‌ଦେଲେ ସାରା ରାଜ୍ୟରୁ ଶୀତ ଏକପ୍ରକାର ଗାଏବ ହୋଇଛି। କୋରାପୁଟ, ସୁନ୍ଦରଗଡ଼ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯାଇଛି। ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଚିନ୍ତାଜନକ…

2 ଦିନ ପରେ ବଢିବ ତାପମାତ୍ରା

ରାଜ୍ୟରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୪.୦ ଡିଗ୍ରୀ ସେଲସିୟସ୍‌ ଏବଂ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ। ତେବେ ପରବର୍ତ୍ତୀ ଦୁଇଦିନ ତାପମାତ୍ରା…

ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି

ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି । ଘନ କୁହୁଡ଼ି ପାଇଁ ବାଧାପ୍ରାପ୍ତ ହୋଇଛି ଗାଡ଼ି ଚଳାଚଳ । ସକାଳୁ ସକାଳୁ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା କମ ରହିଛି । ତେଣୁ ଦୁର୍ଘଟଣାର ଭୟ ମଧ୍ୟ ବଢ଼ିଛି । ଆଜି ସକାଳ ୮ଟା ଯାଏ ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ୨୯…

ଶୀତ ଟିକିଏ କମିଛି , ହେଲେ କଲବଲ କରୁଛି କୁହୁଡି

ଶୀତ ଟିକିଏ କମିଛି , ହେଲେ କଲବଲ କରୁଛି କୁହୁଡି। ସକାଳୁ ସକାଳୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। କିଛି ଘଣ୍ଟା ପାଇଁ ନା ରାସ୍ତା ଦିଶୁଛି ନା କିଛି ଜାଣି ହେଉଛି। ଗତକାଲି ଭଳି ଆଜି ବି ଭୁବନେଶ୍ଵ, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁଡୁଡିର ଆସ୍ତରଣ ଦେଖିବାକୁ…