Browsing Category

Weather Report

News about state of the atmosphere

କାଲିଠୁ ଦୁଇ ଦିନ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା

ଆସନ୍ତାକାଲିଠୁ ଗରମରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ଆଣିବ ବର୍ଷା । ଭିଜିବ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଘଡଘଡି ବିଜୁଳି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ନେଇ ବି ସତର୍କତା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି…

୧୯ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

୧୯ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନରେ…

ତାତିରୁ ମିଳିବ ତ୍ରାହି , 19 ରୁ ହାଲୁକା ବର୍ଷା

ରାଜ୍ୟରେ ଏବେ ଖରା ବଢ଼ିବାରେ ଲାଗିଛି। ଫଗୁଣରୁ ତାପମାତ୍ରା ୩୫ ଡିଗ୍ରୀ ଟପି ଯାଉଥିବାବେଳେ ଝାରସୁଗୁଡ଼ା, ଅନୁଗୋଳରେ ତାତି ଅସହ୍ୟ କଲାଣି। ଶୁକ୍ରବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ସମସ୍ତ ସ୍ଥାନରେ ୩୫ ଡିଗ୍ରୀ ତଳେ ରହିଥିଲା। ଅନୁଗୋଳରେ ସର୍ବାଧିକ ୩୪.୭ ଡିଗ୍ରୀ, ଖୋର୍ଦ୍ଧା ୩୪.୫,…

ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରି ଟପିଛି

ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରି ଟପିଛି। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଅନୁଗୁଳରେ ୩୫.୯, ଯାଜପୁରରେ ୩୫.୨, ବରଗଡ଼ରେ ୩୫.୧, ଖୋର୍ଦ୍ଧା, ଜଗତ୍‌ସିଂହପୁର, ଝାରସୁଗୁଡ଼ା ଓ ମାଲକାନଗିରିରେ ୩୫ ଡିଗ୍ରି…

ଫେବୃଆରୀରୁ ବଢିଲାଣି ତାତି, ଭୁବନେଶ୍ବରେ ପାରଦ ୩୪ ଦଶମିକ ୮ ଡିଗ୍ରୀ ରେକର୍ଡ

ଫେବୃଆରୀରୁ ବଢିଲାଣି ତାତି। ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା।  ଝାରସୁଗୁଡାରେ ସର୍ବାଧି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ। ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା।  ହେଲେ ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଝାରସଗୁଡା ପରେ…

ରାତିର ସର୍ବନିମ୍ନ ତାପମାତ୍ରା କମୁଥିବାବେଳେ ଦିନ ତାପମାତ୍ରା ବଢ଼ୁଛି

ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ରାତିରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ସବୁଠୁ କମ୍ ୯.୮…

ରାତିରେ ଶୀତ , ଦିନରେ ଖରା

ରାତିରେ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ଦିନରେ ଖରା ପ୍ରକୋପ ବଢ଼ୁଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରାଜ୍ୟରେ ସବୁଠୁ…

ଆଜି ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ

ରାଜ୍ୟରେ ଗତ ୩ଦିନ ମଧ୍ୟରେ ୯ ଡିଗ୍ରୀ ଯାଏ ତାପମାତ୍ରା କମିଥିଲା। ତେବେ ସୋମବାରଠାରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଉରକେଲାରେ ୬ ତାରିଖରେ ସର୍ବନିମ୍ନ…

କିଛି ଦିନର ପରେ ପୁଣି ଫେରିଛି ଶୀତ

ରାଜ୍ୟରେ ହଠାତ ବଢ଼ିଥିଲା ତାତି । ଉପରମୁହାଁ ହୋଇଥିଲା ପାରଦ।  ଟାଇଁଟାଇଁ ଖରାରେ ସିଝିଥିଲା ଓଡ଼ିଶା । କିଛି ଦିନର ଅନ୍ତରରେ ପୁଣି ଫେରିଛି ଶୀତ । ୩ ରୁ ୪ ଡିଗ୍ରୀ ଖସିଛି ପାରଦ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର…

ରାଜ୍ୟରେ ଆଉ ୩ଦିନ ଅନୁଭୂତ ହେବ ଘନ କୁହୁଡି

ଲଗାତର କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଥିବାବେଳେ ଆହୁରି ୩ ଦିନ ବିଭିନ୍ନ ଜିଲାରେ ଏଭଳି ସ୍ଥିତି ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ ସତର୍କ ସୂଚନା ଜାରି କରାଯାଇଛି। ଗୁରୁବାର ବାଲେଶ୍ୱର, ଭଦ୍ରକ,…