Browsing Category

Odisha

All about all odisha state news updates

ବାଲେଶ୍ୱର ବାହାନଗାରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍

ବାଲେଶ୍ୱର: ସୋର ବାହାନଗା  ନିକଟରେ କରମଣ୍ଡଳ ଏକ୍ସପ୍ରେସ  ଟ୍ରେନ୍  ସହ ଆଉ ଏକ ଏକ୍ସପ୍ରେସ ଟ୍ରେନ ଏବଂ ମାଲବାହୀ ଟ୍ରେନ ମଧ୍ୟରେ  ଧକ୍କା ହେବା ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।  ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିିଥିବା କୁହାଯାଉଛି ।ବାହାନଗା ଷ୍ଟେସନ୍‌ ନିକଟ…

ବିଜେପିର ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ ଓ ନଡ୍ଡା

ଭୁବନେଶ୍ୱର: ଜୁନ ୧୭ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଏହାସହ ୨୨ ତାରିଖରେ ବିଜେପି ସଭାପତି ଜେପି ନଡ୍ଡା ଆସିବାର ଖବର ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଏହି ଦୁଇ ବରିଷ୍ଠ ନେତା ଆସିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା…

କାଳବୈଶାଖୀ ଯୋଗୁଁ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲକାନଗିରିରେ ୪ ଓ  ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ସୂଚନାଯୋଗ୍ୟ, କାଳବୈଶାଖୀ ଯୋଗୁ…

ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ । ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ । ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ । ଏନେଇ ଭୁବନେଶ୍ବର ବିମାନବନ୍ଦର…

‘ରୋଗୀ ସହାୟତା କେନ୍ଦ୍ର’ ଅବଧି ଆଉ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ ଅବଧିକୁ ଆଉ ବର୍ଷେ ବା ୨୦୨୩-୨୪ ପର୍ଯ୍ୟନ୍ତ ବଢାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଓଜେଇଇ-୨୦୨୩ ରେଜଲ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ-୨୦୨୩ ରେଜଲ୍ଟ । ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିଛନ୍ତି । ଏହାପରେ ଛାତ୍ରଛାତ୍ରୀ ୱେବସାଇଟରୁ ନିଜ ରେଜଲ୍ଟ ପାଇପାରିବେ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହେବ । ମୋଟ ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ରାଙ୍କ…

ପ୍ରତିଷ୍ଠା ହେବ କଟକସ୍ଥିତ ଡ୍ରିମ୍ସ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ସାଇନ୍ସ ଆଣ୍ଡ ହସ୍ପିଟାଲ

କଟକ: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ । କଟକସ୍ଥିତ ଡ୍ରିମ୍ସ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ସାଇନ୍ସ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ । ଉତ୍କଳ ବିଶ୍ବବିଦ୍ଯାଳୟ ଅଧିନରେ ଏହା କାର୍ଯ୍ୟ କରିବ । ପ୍ରତିବର୍ଷ ୧୦୦ଟି ସିଟ୍ ଲାଗି…

ଶ୍ରୀମନ୍ଦିରକୁ ଆଜି ଠାରୁ ପ୍ରବେଶ କରିଛନ୍ତି ଦଇତାପତି

ପୁରୀ: ଆଗାମୀ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜି ଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ସକାଳୁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜିଠାରୁ ଦୀର୍ଘ ଏକମାସ ଧରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା,…

ଆସନ୍ତା ୪ ତାରିଖ ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ

ପୁରୀ: ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ୪ ତାରିଖ ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ। ଏଥିପାଇଁ ଆଜି ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ। ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା,…

ନିଶା ବିକ୍ରି କଲେ ୬ ମାସ ପାଇଁ ହେବେ ତଡ଼ିପାର

ଭୁବନେଶ୍ବର: ଭୁବନେଶ୍ୱରରେ ହ୍ୱାଇଟ ସ୍ପାଇଡର ଅପରେସନକୁ ବ୍ୟାପକ କରିଛି କମିଶନରେଟ ପୁଲିସ । ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ୍ ।ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ନିଶା ବେପାରୀଙ୍କ ସଂଖ୍ୟା । କିନ୍ତୁ ଏଣିକି ଆଉ ରାଜଧାନୀରେ ରହିପାରିବେନି ନିଶା ବେପାରୀ…