Browsing Category

Odisha

All about all odisha state news updates

ରଥାଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତାରୁ ପ୍ରେରଣା ପାଇ ଅନୀଲ କପୁର ଜଣାଇଲେ…

ପୁରୀ: ପବିତ୍ର ରଥଯାତ୍ରା ଅବସରରେ ବିଶିଷ୍ଟ  ବଲିଉଡ କଳାକାର ଅନିଲ କପୁର ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି ।  ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ବାର୍ତା ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇଛନ୍ତି ।…

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ୟତମ ଆକର୍ଷଣ ‘ରଥଟଣା’ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ରଥଟଣା କାମ  ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଛି। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ…

ଶ୍ରୀମନ୍ଦିରରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ:  ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିଛନ୍ତି।  ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହୋଇଛି। ଏହାପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଏଣେ ଶ୍ରୀଗୁଣ୍ଡିଚା ମନ୍ଦିର…

ବାହାନଗା ଦୁର୍ଘଟଣା ପାଇଁ ସିବିଆଇ ସ୍କାନରରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ‌ବାହାନଗାଠାରେ ଘଟିଥିବା ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନରରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀର ଖାନ୍। ସିବିଆଇ ହେପାଜତରେ ଅଛନ୍ତି ଅମୀର। ଆଜି ସକାଳେ ତାଙ୍କ ଘରେ ପହଞ୍ଚି ସିବିଆଇ ଟିମ୍  ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଛି। ଘର ଭିତରେ ପଶି…

ପବିତ୍ର ରଥଯାତ୍ରାରେ ପୁରୀରେ ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ପବିତ୍ର ରଥଯାତ୍ରାରେ ପୁରୀରେ ଦେଖିବାକୁ ମିଳିଛି ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି । ଦିନ ୧୧ଟା୩୦ ସୁଦ୍ଧା ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି…

ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: କାଳିଆ ଠାକୁରଙ୍କ ପହଣ୍ଡି ସରିବା ପରେ ତିନି ରଥରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ ହେବା ପରେ ପରିବେଶ ଆହୁରି ଭକ୍ତିମୟ ହୋଇଛି। ଏବେ ଭକ୍ତମାନେ ମହାପ୍ରଭୁଙ୍କ ଛେରାପହଁରା ଓ ରଥଟଣାକୁ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି।…

ଟାହିଆ ଛୁଇଁଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଶ୍ରୀଜିଉଙ୍କ ଭୁଜ, ଦେହରେ ଭରା ଦେବା ମନା

ପୁରୀ :  ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ସେବାପୂଜା ନଥିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଭୂଜ ଭିତରେ ରହିପାରିବେ ନାହିଁ, ଠାକୁରଙ୍କ ଦେହରେ ଭରା ଦେଇ ଛିଡ଼ା ହୋଇପାରିବେ ନାହିଁ। ମଙ୍ଗଳ…

ରେଳ ଷ୍ଟେସନ୍‌ରେ ୧ହଜାର ଯାତ୍ରୀଙ୍କ ବିଶ୍ରାମ ସ୍ଥଳ, ୩୫ ଟିକେଟ୍‌ କାଉଣ୍ଟର୍‌

ଘୋଷଯାତ୍ରା ପର୍ବ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ। ବ୍ୟବସ୍ଥିତ ଶୃଙ୍ଖଳିତ ରଥଯାତ୍ରା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ପୁରୀ ରେଳ ଷ୍ଟେସନ୍‌ ଓ ଅନ୍ୟ ଷ୍ଟେସନ୍‌ରେ ମୋଟ୍‌ ୩୫ଟି ଟିକେଟ କାଉଣ୍ଟର୍‌ ଖୋଲାଛି। ୨୧୦ଟି…

ଆଜି କାଳିଆ ସାଆନ୍ତେଙ୍କ ରଥଯାତ୍ରା: ସାଢ଼େ ୯ଟାରୁ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ଆଜି ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ହେବ । ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ  ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାରେ ବାହାରିବେ। ମହାପ୍ରଭୁଙ୍କ ଆଜ୍ଞ‌ା ପାଇ ତିନି ରଥ ଆଜି ସିଂହଦ୍ବାର ସମ୍ମୁଖ ଚକଡ଼ାରେ ବିଜେ କରିଛନ୍ତି। ତିନିବାଡ଼ଙ୍କ…

ମହାପ୍ରଭୁଙ୍କ ରଥଯାତ୍ରା : ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି

 ପୁରୀ : ରାତି ପାହିଲେ ପବିତ୍ର ଘୋଷଯାତ୍ରା । ରଥ ଯାତ୍ରା ପାଇଁ ତିନି ରଥଙ୍କୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ…