ଓଡ଼ିଆ ସାମ୍ବାଦିକ ଦିବସ ଭାବେ ଆଜିର ଦିନକୁ ଓଡ଼ିଶାବାସୀ ପାଳନ କରୁଛନ୍ତି । ରାଜ୍ୟରେ ଉତ୍କଳ ଦୀପିକା, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଭାବେ ଆଜିର ଦିନରେ ପ୍ରକାଶ ପାଇଥିଲା । ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା । ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ । ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା ।ଓଡ଼ିଶାରେ ଜାତୀୟ ସ୍ୱର ଉଠାଇବାରେ ଏହି ପତ୍ରିକାର ବଡ଼ ଭୂମିକା ରହିଥିଲା । ବିଶେଷ କରି ଗଣମାଧ୍ୟମ ପ୍ରତିନିଧି ଏବଂ ପାଠକମାନେ ଆଜିର ଦିନକୁ ସ୍ମରଣ କରୁଛନ୍ତି । ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ ‘କଟକ ପ୍ରିଣ୍ଟିଂ କମ୍ପାନୀ’ରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା । ଉତ୍କଳ ଦୀପିକା ତତ୍କାଳିନ ଓଡ଼ିଶାକୁ ସାମାଜିକ, ନୈତିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବାରେ ସଫଳ ହୋଇଥିଲା ଏବଂ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା । ଗୌରୀଶଙ୍କର ରାୟ ନିଜ ଅନ୍ତିମ ସମୟ ପର୍ଯ୍ୟନ୍ତ ଉତ୍କଳ ଦୀପିକାର ସମ୍ପାଦନା କରିଆସୁଥିଲେ । ଓଡ଼ିଶାର ଅସଂଖ୍ୟ ରଚନା ଯେତେବେଳେ ମୁଦ୍ରଣ ନ ହେବା ଯୋଗୁଁ ଲୁପ୍ତ ହୋଇଯାଉଥିଲା, ଉତ୍କଳ ଦୀପିକା ପକ୍ଷରୁ ଜାତିର ସାହିତ୍ୟ ରକ୍ଷା ପାଇଁ ଅନେକ କାର୍ଯ୍ୟ କରାଯାଇଥିଲା । ପରେ ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗଳାରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ ଉତ୍କଳ ଦୀପିକା ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ଆଜିର ଦିନକୁ ସେଥିପାଇଁ ଓଡ଼ିଆ ସାମ୍ବାଦିକ ଦିବସ ଭାବେ ପାଳନ କରାଯାଉଛି ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Next Post