ଦକ୍ଷିଣ ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ କୋଠାକୁ ୧୬୦୧ କୋଟି ଟଙ୍କାରେ ମହାରାଷ୍ଟ୍ର ସରକାର କିଣିଛନ୍ତି। । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ଉପସ୍ଥିତିରେ ଏହି କାରବାର ହୋଇଛି। ନରିମାନ ପଏଣ୍ଟ୍ର ୨୩ ମହଲା ବିଶିଷ୍ଟ ସମୁଦ୍ର ଆଡ଼କୁ ମୁହଁ କରିଥିବା ଏହି କୋଠାକୁ ୧୯୭୪ରେ ନିର୍ମାଣ କରାଯାଇଥିଲା।ସେହି ସମୟରେ ତାହା ମୁମ୍ବାଇର ଏକ ପ୍ରମୁଖ ଆକର୍ଷଣ ଥିଲା। ବିଶେଷ କରି ଏସ୍କାଲେଟର୍ରେ ଚଢ଼ିବା ଅନୁଭୂତି ହାସଲ କରିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିଲା। ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍ ଅଧିଗ୍ରହଣ କରିବା ପରେ କମ୍ପାନି ପାଖରେ ଥିବା ଅନ୍ୟାନ୍ୟ ସମ୍ପତ୍ତିକୁ ଏୟାର ଇଣ୍ଡିଆ ଆସେଟ୍ ହୋଲ୍ଡିଂସ୍ ଲିମିଟେଡ୍କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ସଂସ୍ଥାଠାରୁ ଏହି କୋଠାକୁ କିଣିବା ପାଇଁ ୨୦୨୧ରୁ ମହାରାଷ୍ଟ୍ର ସରକାର କଥାବାର୍ତ୍ତା ଆରମ୍ଭ କରିଥିଲେ। ୨୦୨୩ ନଭେମ୍ବରରେ ସେହି ପ୍ରସ୍ତାବକୁ ମହାରାଷ୍ଟ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ୨୦୨୪ ମାର୍ଚ୍ଚରେ କେନ୍ଦ୍ର ସରକାର ଚୂଡ଼ାନ୍ତ ମଞ୍ଜୁରି ପ୍ରଦାନ କରିଥିଲେ। ସ୍ଥାନ ସଙ୍କଟ ଦେଇ ଗତି କରୁଥିବା ମହାରାଷ୍ଟ୍ର ସରକାରଙ୍କ ପାଇଁ ଏହି କୋଠା ବେଶ୍ ଗୁରୁତ୍ବପୂର୍ଣ୍ଣ। ଆଗାମୀ ଦିନରେ ମହାରାଷ୍ଟ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏହି କୋଠାକୁ ସ୍ଥାନାନ୍ତର ହେବ। ତା ପୂର୍ବରୁ କୋଠାର ସୁରକ୍ଷା ଅଡିଟ୍ କରିବା ଓ ଆବଶ୍ୟକ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଠାର ମୁଖ୍ୟ ଫାଟକକୁ ମହାରାଷ୍ଟ୍ର ସରକାର ବଦଳାଇବେ। ସେଥିରେ ମହାରାଷ୍ଟ୍ରର ସଂସ୍କୃତି, ଐତିହ୍ୟର ଛାପ ଦେଖିବାକୁ ମିଳିବ।
Trending
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର