ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ , 3 ମୃତ 5 ଆହତ

ଆମେରିକାରେ ପୁଣି ଥରେ ଏକ ବଡ଼ ଧରଣର ଗୁଳିଚାଳନା ଘଟଣା ସାମନାକୁ ଆସିଛି । ଘଟଣାଟି ଆରିଜୋନା ରାଜ୍ୟର ଗ୍ଲେଣ୍ଡାଲେରେ ଘଟିଛି। ସହରର ଏକ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ହେବାରୁ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୁଲିସ ଅଧିକାରୀ ମୋରୋନି…

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଧମକ ଦିଆଯାଇଥିବା ନେଇ ଏକ ବଡ଼ ଖବର ଆସିଛି। ତାଙ୍କୁ  ଏକ ଇମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି ।  ଅଭିଯୋଗ ମିଳିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଶାମି ବର୍ତ୍ତମାନ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳ ପାଇଁ…

‘ଅବୀର ଗୁଲାଲ’ ଫିଲ୍ମ ରିଲିଜ୍ କର ଏବଂ ଦର୍ଶକଙ୍କୁ ନିଷ୍ପତ୍ତି ନେବାକୁ ଦିଅ – ପ୍ରକାଶ ରାଜ୍

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପ୍ରକାଶ ରାଜ୍ ତାଙ୍କର ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଟ୍ୱିଟ୍ ଏବଂ ଭିଡିଓ ବିବାଦରେ ରହିବା ସହ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ। ଏବେ ଅଭିନେତାଙ୍କର ଆଉ ଏକ ବୟାନ ଆସିଛି ଯାହା ସବୁଠି ଚର୍ଚ୍ଚାରେ ରହିଛି। ପ୍ରକାଶ…

 ଭିଡିଓ କଲିଂ ପ୍ଲାଟଫର୍ମ ସ୍କାଇପ୍‌ ସବୁଦିନ ପାଇଁ ବନ୍ଦ କଲା ମାଇକ୍ରୋସଫ୍ଟ 

ଭିଡିଓ କଲିଂ ପ୍ଲାଟଫର୍ମ ସ୍କାଇପ୍‌କୁ ମାଇକ୍ରୋସଫ୍ଟ  ସମ୍ପୂର୍ଣ୍ଣ ବନ୍ଦ କରିଦେବ। ମେ’ ୫ରୁ ଏହି ସେବା ବନ୍ଦ ହୋଇଯିବ ବୋଲି କମ୍ପାନି ପୂର୍ବରୁ ସୂଚନା ଦେଇଥିଲା। ଏହା ବଦଳରେ କମ୍ପାନି ‘ଟିମ୍‌’କୁ ପ୍ରସାର କରିବ। ଗତବର୍ଷ ମାର୍ଚ୍ଚ ବେଳକୁ ସ୍ପାଇପ୍‌ର ବ୍ୟବହାରକାରୀ ସଂଖ୍ୟା ୨.୮ କୋଟିରୁ…

ଚଳିତ ମାସରେ ଏହି ରାଶି ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହ ମେ’୧୪ରେ ମିଥୁନ ରାଶିରେ ପ୍ରବେଶ କରିବେ । ଏହାପରେ ୧୮ ଅକ୍ଟୋବରରେ କର୍କଟ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଶନି ଓଲଟା ଚଳନ ମଧ୍ୟ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ…

କ୍ଷୀର ସହିତ ଖାଆନ୍ତୁ ଏହି ଜିନିଷ ମିଳିବ ଶକ୍ତି

ଅଧିକାଂଶ ମହିଳା ଘର କାମରେ ଏମିତି ବ୍ୟସ୍ତ ହୋଇଯାଆନ୍ତି ଯେ ନିଜ ଖାଇବା-ପିଇବା ବି ଭୁଲିଯାଆନ୍ତି। ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ବହୁ ସଂଖ୍ୟକ ମହିଳା ରକ୍ତହୀନତା ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୁଅନ୍ତି ଏବଂ ଦୁର୍ବଳତାର ସମ୍ମୁଖୀନ ହୁଅନ୍ତି।…

ଜଗନ୍ନାଥ ଧାମ ଦୀଘା ଘୋଷଣା ସମ୍ପୂର୍ଣ୍ଣ ନିନ୍ଦନୀୟ – ଛତିଶା ନିଯୋଗ

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆଇନର ଆଶ୍ରୟ ନେବାକୁ ଛତିଶା ପକ୍ଷରୁ ନିଯୋଗ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଛତିଶା ନିଯୋଗ ନାୟକ ପରାମର୍ଶ ଦେଇଛନ୍ତି। ଛତିଶା ନିଯୋଗ ପକ୍ଷରୁ କୁହାଯାଇଛି ଯେ ଜଗନ୍ନାଥ ଧାମ ଦୀଘା ଘୋଷଣା ସମ୍ପୂର୍ଣ୍ଣ ନିନ୍ଦନୀୟ। ଜଗନ୍ନାଥ ଧାମ…

କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ – ଆଇନ ମନ୍ତ୍ରୀ

କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଇଞ୍ଜିନିୟର ଇନ୍‌‌ ଚିଫ୍‌‌ ଲକ୍ଷ୍ମୀକାନ୍ତ ପାଢ଼ୀ କମିଟି ମୁଖ୍ୟ ଥିବାବେଳେ ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଆଯିବ। ଏହାପରେ ଦୋଷୀଙ୍କ ବିରୋଧରେ ଦୃଢ଼…

କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ,ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ

ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବହୁ ସ୍ଥାନରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଛି। ଫଳରେ ବାଉଁଶୁଣିରୁ ମନମୁଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି।…

ସିରିଆରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ସିରିଆରେ ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ସିରିଆରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ସିରିଆରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ ହୋଇଥିଲେ କିନ୍ତୁ…