ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସ୍ଵର୍ଗତ ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାର । ଅଜିତଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପତ୍ନୀ ସୁନେତ୍ରା । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ଅଜିତ ପୱାର (ଜନ୍ମ ୧୮ ଅକ୍ଟୋବର ୧୯୬୩) । ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ବିଧି ଓ ଗୋପନୀୟତାର ଶପଥ କରାଇଛନ୍ତି । ଏନସିପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ପରେ ଲୋକଭବନରେ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନେକ ନେତା ଉପସ୍ଥିତ ଥିଲେ । ଶପଥ ଗ୍ରହଣ ସମୟରେ ଏନସିପି ନେତାମାନେ “ଅଜିତ ଦାଦା ଅମର ରହେ” ସ୍ଲୋଗାନ ଦେଇ ଅଜିତଙ୍କ ସ୍ମୃତିଚାରଣ କରିଥିଲେ ।ସେ ମହାରାଷ୍ଟ୍ରରୁ ରାଜ୍ୟସଭା ସାଂସଦ ଭାବରେ କାର୍ଯ୍ୟ କରୁଥିଲେ । କିଛି ସମୟ ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ସେ ଚଳିତ ଲୋକସଭା ନିର୍ବାଚନରେ ବାରାମତୀରୁ ସୁପ୍ରିୟା ସୋଲେଙ୍କ ବିପକ୍ଷରେ ଏନସିପିର ପ୍ରାର୍ଥୀ ଥିଲେ । ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ସମ୍ଭାଳିବେ । କିନ୍ତୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଫଡନାଭିସଙ୍କ ପାଖରେ ରହିବ । କିନ୍ତୁ ପରେ ଏନସିପିକୁ ଯିବ ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ