ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି 

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ତାହାର ଆବେଦନ ପ୍ରକ୍ରିୟା ଜାରି ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକସନ ସେଣ୍ଟର୍ସ (ଡିଏସି) ପାଇଁ ଷ୍ଟେଟ ସର୍ଭିସର ‘ଗ୍ରୁପ-ବି’ରେ ଏହି ନିଯୁକ୍ତି…

‘ହାତ’ ଧରିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ

‘ହାତ’ ଧରିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପି ଟିକେଟ୍ ନଦେବାରୁ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିଲେ । ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ । ପୂର୍ବରୁ ମଧ୍ୟ ଟିକେଟ୍ ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ଦେବାଶିଷ କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବିଜେପି…

ଜୟପୁରରେ ପ୍ରଚାର ବେଳେ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ ,କହିଲେ , କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ ନେତା ।

କୋରାପୁଟରେ ଆଜି ମାରାଥନ୍ ପ୍ରଚାର କ୍ରମରେ ଜୟପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ…

ଆରମ୍ଭ ହେଲା କଲରାପତରିଆ ବାଘ ଗଣନା

ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ୪୦ଦିନ ଧରି ଚାଲିବ । ଏଥିପାଇଁ ମୋଟ୍ ୫୧ଟି ଡିଭିଜନରେ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା ଲଗାଯିବ। ପୂର୍ବବର୍ଷ ବାଘ ଗଣନା ସମୟରେ ଟ୍ରାପ…

ବ୍ରାଜିଲରେ ଭୟଙ୍କର ବର୍ଷା

ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବା ବେଳେ ୭୪ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ ଏହାକୁ ଇତିହାସର ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ବୋଲି କହୁଛନ୍ତି । ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ…

ଆଜି ଆସୁଛନ୍ତି ଜୟଶଙ୍କର, ୫ରେ ଆସିବେ ନଡ୍ଡା

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ଭାଜପା କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେବା ସହିତ ସାରେ…

ଆଜି ୩ ଲୋକ ସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକ ସଭା କ୍ଷେତ୍ର ମଧ୍ୟରୁ ୩ଟି ଲୋକ ସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ। କୋରାପୁଟ ଲୋକ ସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ…

ତାତିରେ ସାମାନ୍ୟ ବ୍ରେକ୍

ତାତିରେ ସାମାନ୍ୟ ବ୍ରେକ୍ ଲାଗିବ । ୨ ସପ୍ତାହରୁ ଅଧିକ ଗ୍ରୀଷ୍ମର ପ୍ରଭାବରୁ କଲବଲ ହେଉଥିବା ରାଜ୍ୟବସୀଙ୍କୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।ଆଗାମୀ ୩ରୁ୪ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାନାହିଁ । ଦୁଇଦିନ ପରେ ଉପକୂଳରେ ଗ୍ରୀଷ୍ମ ପ୍ରଭାବର ଆଦୌ ସମ୍ଭାବନା ନାହିଁ ।…

ଆଜିର ରାଶିଫଳ

ମେଷ: ଅଫିସ୍‌ରେ ଅଧିକାରୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢ଼ାଇବ। ବେପାରରେ ଧନଲାଭର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ବୃଷ: ଆପଣଙ୍କ ମନରେ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଜୀବନସାଥୀ…

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜିନା କହିଛନ୍ତି। ଗତ ବର୍ଷ ଜିନା ଭାଜପାରେ ଯୋଗ ଦେଇଥିଲେ। ଏପରିକି…