୫ଟି ଭାଗ୍ୟଶାଳୀ ରାଶିଙ୍କ ଉପରେ ହେବ ଧନର ବର୍ଷା ଏବଂ କାହାକୁ ମିଳିବ ଅପାର ସଫଳତା

ଜ୍ୟୋତିଷ ଶାସ୍ତ୍ର ଏବଂ ଗ୍ରହ ନକ୍ଷତ୍ରର ଚଳନକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୧୧ ଜୁନ୍ ୨୦୨୬ରେ ମହାକାଶରେ ଘଟିବାକୁ ଯାଉଛି ଏକ ଅତ୍ୟନ୍ତ ଶୁଭ ଏବଂ ବିରଳ ସଂଯୋଗ। ଗ୍ରହମାନଙ୍କ ମଧ୍ୟରେ ସୁଖ, ସମୃଦ୍ଧି ଏବଂ ପ୍ରେମର କାରକ କୁହାଯାଉଥିବା ଶୁକ୍ର ଗ୍ରହ ନକ୍ଷତ୍ରମାନଙ୍କର ରାଜା ‘ପୁଷ୍ୟା ନକ୍ଷତ୍ର’ରେ ପ୍ରବେଶ କରିବାକୁ ଯାଉଛନ୍ତି । ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୧ ଜୁନରୁ ୨୩ ଜୁନ୍ ପର୍ଯ୍ୟନ୍ତ ଶୁକ୍ର ଏହି ନକ୍ଷତ୍ରରେ ଅବସ୍ଥାନ କରିବେ। ଜ୍ୟୋତିଷ ବିଜ୍ଞାନରେ ଏହି ଚଳନକୁ ବିଳାସିତା, ସୌନ୍ଦର୍ଯ୍ୟ ଏବଂ ଧନବୃଦ୍ଧି ପାଇଁ ଶ୍ରେଷ୍ଠ ସମୟ ବୋଲି ଧରାଯାଏ। ତେବେ ଆସନ୍ତୁ ଜାଣିବା, ଶୁକ୍ରଙ୍କ ଏହି ପରିବର୍ତ୍ତନ ଯୋଗୁଁ କେଉଁ ୫ଟି ଭାଗ୍ୟଶାଳୀ ରାଶିଙ୍କ ଉପରେ ହେବ ଧନର ବର୍ଷା ଏବଂ କାହାକୁ ମିଳିବ ଅପାର ସଫଳତା ।

ବୃଷ : ଶୁକ୍ର ହେଉଛନ୍ତି ବୃଷ ରାଶିର ଅଧିପତି, ତେଣୁ ଏହି ଚଳନ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ସୁଖଦ ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ଶେଷ ହେବ। ଯଦି ଆପଣ କୌଣସି ଦାମୀ ଗାଡ଼ି କିମ୍ବା ଜମି କିଣିବାକୁ ଚାହୁଥିଲେ, ତେବେ ଏହି ସମୟ ସବୁଠୁ ଅନୁକୂଳ ରହିବ । ଆପଣଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣ ବଢ଼ିବ ।

କର୍କଟ : ପୁଷ୍ୟା ନକ୍ଷତ୍ରର ସ୍ୱାମୀ ଶନି ହୋଇଥିବାରୁ କର୍କଟ ରାଶି ଜାତକର ବ୍ୟକ୍ତିବିଶେଷଙ୍କ ଉପରେ ଶୁକ୍ରଙ୍କ ବିଶେଷ କୃପା ରହିବ। କର୍ମକ୍ଷେତ୍ରରେ ପଦ-ପ୍ରତିଷ୍ଠା ମିଳିବ ଏବଂ ଉପରିସ୍ଥ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ହେବେ। ବୈବାହିକ ଜୀବନରେ ମଧୁରତା ଆସିବ ଓ ଜୀବନସାଥୀଙ୍କ ସହ ସମ୍ପର୍କ ଅଧିକ ମଜବୁତ ହେବ।

କନ୍ୟା : ଆର୍ଥିକ ଦୃଷ୍ଟିକୋଣରୁ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଲଟେରୀ ଲାଗିବା ସଦୃଶ ରହିବ। ଆକସ୍ମିକ ଧନଲାଭର ଯୋଗ ସୃଷ୍ଟି ହେଉଛି । ଖାସ୍ କରି ଯେଉଁମାନେ କଳା, ମିଡିଆ କିମ୍ବା ଗ୍ଲାମର ଦୁନିଆ ସହ ଜଡ଼ିତ ସେମାନଙ୍କୁ ବଡ଼ ସୁଯୋଗ ମିଳିବ ଏବଂ ଆୟର ନୂଆ ଉତ୍ସ ସୃଷ୍ଟି ହେବ।

ବିଛା : ଶୁକ୍ରଙ୍କ ପ୍ରଭାବରେ ବିଛା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଭୌତିକ ସୁଖ-ସୁବିଧା ବୃଦ୍ଧି ପାଇବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି କିମ୍ବା ବଦଳି ଚାହୁଛନ୍ତି, ସେମାନଙ୍କୁ ସକରାତ୍ମକ ପରିଣାମ ମିଳିବ। ବିନିଯୋଗ ବା ଇନଭେଷ୍ଟମେଣ୍ଟରୁ ଭଲ ଲାଭ ମିଳିବ।

ମୀନ : ମୀନ ରାଶି ପାଇଁ ଶୁକ୍ର ଉଚ୍ଚ ପ୍ରଭାବୀ ରହିବେ। ଯାହା ସମାଜରେ ଆପଣଙ୍କ ମାନ-ସମ୍ମାନ ବଢ଼ାଇବ। କୋର୍ଟ-କଚେରୀ ବା ପୁରୁଣା ବିବାଦର ଅନ୍ତ ଘଟିବ। କ୍ରିଏଟିଭ୍ କାମ ପାଇଁ ଏହି ସମୟ ବହୁତ ଭଲ ରହିବ । ଯଦି ଆପଣ ଏହି ସମୟର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଚାହୁଛନ୍ତି, ତେବେ ପ୍ରତି ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଧଳା ମିଠା କିମ୍ବା ମିଶ୍ରି ଭୋଗ ଚଢ଼ାନ୍ତୁ । ଏହା ସହ ଶୁକ୍ରଙ୍କ ବୀଜ ମନ୍ତ୍ର ‘ଓଁ ଦ୍ରାଂ ଦ୍ରୀଂ ଦ୍ରୌ ସଃ ଶୁକ୍ରାୟ ନମଃ’ କୁ ୧୦୮ ଥର ଜପ କରନ୍ତୁ ଏବଂ ସୁଗନ୍ଧିତ ଅତର ବ୍ୟବହାର କରନ୍ତୁ।

Leave a comment