ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ବାଗଦାଦରେ ବୁଧବାର ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିଛନ୍ତି ।ଇରାକରେ ଶ୍ରୀଲଙ୍କା ଭଳି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକତଦା ଅଲ-ସଦରଙ୍କ ସମର୍ଥକ । ଏମାନେ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥ ତଥା ପୂର୍ବତନ ମନ୍ତ୍ରୀ ଓ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି ।ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ୍ ଜୋନ, ସରକାରୀ ଭବନକୁ ଅକ୍ତିଆର କରିଛନ୍ତି । ଯାହା ପରେ ସେମାନେ ସଂସଦ ଭବନ ଭିତରକୁ ଧଶେଇ ପଶିଯାଇଥିଲେ । ହେଲେ ସେହି ସମୟରେ ସଂସଦ ଭବନରେ କେହି ଉପସ୍ଥିତ ନଥିଲେ । କେବଳ ସୁରକ୍ଷାକର୍ମୀ ସେହି ସମୟରେ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଦର୍ଶନକାରୀଙ୍କୁ ସହଜରେ ଭିତରକୁ ଯିବାକୁ ଦେଇଥିଲେ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା