ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ବାଗଦାଦରେ ବୁଧବାର ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିଛନ୍ତି ।ଇରାକରେ ଶ୍ରୀଲଙ୍କା ଭଳି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକତଦା ଅଲ-ସଦରଙ୍କ ସମର୍ଥକ । ଏମାନେ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥ ତଥା ପୂର୍ବତନ ମନ୍ତ୍ରୀ ଓ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି ।ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ୍ ଜୋନ, ସରକାରୀ ଭବନକୁ ଅକ୍ତିଆର କରିଛନ୍ତି । ଯାହା ପରେ ସେମାନେ ସଂସଦ ଭବନ ଭିତରକୁ ଧଶେଇ ପଶିଯାଇଥିଲେ । ହେଲେ ସେହି ସମୟରେ ସଂସଦ ଭବନରେ କେହି ଉପସ୍ଥିତ ନଥିଲେ । କେବଳ ସୁରକ୍ଷାକର୍ମୀ ସେହି ସମୟରେ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଦର୍ଶନକାରୀଙ୍କୁ ସହଜରେ ଭିତରକୁ ଯିବାକୁ ଦେଇଥିଲେ ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ