ଆଜିଠୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା । ୨୦୦ ଖେଳାଳିଙ୍କ ସହ ୩୦୦ ଜଣିଆ ଟିମ୍ ପଠାଇଛି ଭାରତ । ୨୦୧୮ରେ ୬୮ ପଦକ ସହ ତୃତୀୟ ସ୍ଥାନରେ ଥିଲା ଭାରତ । ଏଥର ଆହୁରି ଭଲ ପ୍ରଦର୍ଶନ ଆଶା ରଖିଛି । ନୀରଜ ଚୋପ୍ରା ଆହତ ଯୋଗୁଁ ଓହରିଯିବା ପରେ କିଏ ତ୍ରିରଙ୍ଗା ଧରିବେ ସେ ନେଇ ଭାରତୀୟ ଅଲିମ୍ପିକ୍ ସଂଘ ଅଡୁଆରେ ପଡ଼ିଥିଲା । ତେବେ ତିନି ଜଣଙ୍କ ନାମ କାଣ୍ଟଛାଣ୍ଟ ତାଲିକାରେ ସାମିଲ କରିଥିଲା । ଶେଷରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଏବଂ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହାଁଙ୍କ ଅପେକ୍ଷା ସିନ୍ଧୁଙ୍କୁ ଅଧିକ ପସନ୍ଦ କରିଥିଲା ଆଇଓଏ ।ବନ୍ଧୁକଚାଳନା ନଥିବାରୁ ଭାରତ ଏଥର କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ୍, ମୁଷ୍ଟିଯୁଦ୍ଧ, ଟେବୁଲ ଟେନିସ୍, ଦୌଡ଼କୁଦ ଭଳି ଖେଳରୁ ପଦକ ଜିତିବାକୁ ଆଶା ରଖିଛି । ବନ୍ଧୁକଚାଳନା ସହ ତୀରନ୍ଦାଜିର ଅନୁପସ୍ଥିତି ମଧ୍ୟ ଭାରତ ପାଇଁ ଏହି କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ। କାରଣ ଏହି ଦୁଇ ଖେଳରୁ ଭାରତ ପାରମ୍ପରିକ ଭାବେ ବହୁ ପଦକ ଜିତିଥାଏ । ଗତ ତିନି ସଂସ୍କରଣ ହେବ ଭାରତ କୁସ୍ତିରୁ ଦୁଇ ଅଙ୍କ ବିଶିଷ୍ଟ ପଦକ ଜିତି ଆସୁଛି ।
Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ