ରାଜ୍ୟରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି

ଭୁବନେଶ୍ବର: ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଥିବା ବେଳେ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି। ଏହା ସହ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି। ଏହି କାର୍ଯ୍ୟ ପାଇଁ ରାଜ୍ୟ ରାଜକୋଷରୁ ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି ।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୧-୨୨ରେ ପିଏମଏୱାଇ(ଜି)-ବିପିଜିୱାଇ ଯୋଜନାରେ ୫,୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା। ଏହି ମଞ୍ଜୁର ଅର୍ଥରୁ ପିଏମଏୱାଇ(ଜି) ଓ ବିପିଜିୱାଇ ଗୃହନିର୍ମାଣ ସହିତ ଗୃହ ମରାମତି କାମ କରାଯାଇଛି।