ଖଣ୍ଡପୀଠ କହିଛନ୍ତି, ଆମ୍ରପାଲୀ ଘର କ୍ରେତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବା ନିହାତି ଜରୁରୀ।ଆମ୍ରପାଲୀ ଗ୍ରୁପ୍ ସହ ୧୫୦ କୋଟି ଟଙ୍କାର ନେଣଦେଣ ମାମଲାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଘର କ୍ରେତାକୁ ଆମ୍ରପାଲୀ ଠକି ଥିବା ବେଳେ ଧୋନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ଥିଲେ। ଲୋକଙ୍କୁ ଗ୍ରୁପ୍ ଆଡ଼କୁ ଆକୃଷ୍ଟ ମଧ୍ୟ କରୁଥିଲେ। ଏଥିପାଇଁ କମ୍ପାନୀ ପକ୍ଷରୁ ଧୋନିଙ୍କ ସହ ପ୍ରାୟ ୧୫୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହା ମଧ୍ୟରୁ କିଛି ଟଙ୍କା ଧୋନି ପାଇଥିବା ବେଳେ ଆଉ କିଛି ଟଙ୍କା ପାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।ତେବେ ଗ୍ରୁପ ଯଦି ଧୋନିଙ୍କୁ ଟଙ୍କା ଦିଏ, ତା’ହେଲେ ଘର କ୍ରେତା ଆଉ ସେମାନଙ୍କ ପ୍ଲଟ ପାଇବେ ନାହିଁ ବୋଲି କହିଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଧୋନିଙ୍କୁ ନୋଟିସ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଧୋନିଙ୍କୁ ନୋଟିସ କରିବା ସହ ତାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆମ୍ରପାଲୀ ଗ୍ରୁପ୍ ବିରୋଧରେ ଆରମ୍ଭ କରିଥିବା ମଧ୍ୟସ୍ଥତା ସଂକ୍ରାନ୍ତ ପ୍ରକ୍ରିୟା ଉପରେ ମଧ୍ୟ ରୋକ ଲଗାଇ ଦେଇଛନ୍ତି।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post