ଆଉ କିଛି ସମୟ ପରେ ସର୍ବୋଚ୍ଚ ସାମ୍ବାଧାନିକ ପଦ ପାଇଁ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ କିଛି ସମୟ ପରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ନେବାକୁ ଯାଉଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ.ଭି.ରମଣା, ଦ୍ରୌପଦୀଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ଏହା ପରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବ। ଏହାପରେ ରାଷ୍ଟ୍ରପତିଙ୍କର ସମ୍ବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶପ‌ଥଗ୍ରହଣ ସମାରୋହ ସକାଳ ୧୦ଟା ବେଳେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ଏହି ସମାରୋହରେ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ସବୁ ରାଜ୍ୟର ରାଜ୍ୟପାଳ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ରାଜନୈତିକ ମିଶନଗୁଡ଼ିକର ପ୍ରମୁଖଙ୍କ ସମେତ ଦୁଇ ସଦନର ସଦସ୍ୟ ଉପସ୍ଥିତ ରହିବେ। 

ଏଥିପାଇଁ ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍‌ରେ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଓଡ଼ିଆ ଝିଅଙ୍କ ଏହି ସଫଳତା ପାଇଁ ସମଗ୍ର ଓଡ଼ିଶା ଉତ୍ସବ ମୁଖରିତ ହୋଇ ଉଠିଛି। ରାଇରଙ୍ଗପୁର ସମେତ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଉପରବେଡା ଓ ପାହାଡପୁରରେ ଆଦିବାସୀ ଝିଅଙ୍କ ପାଇଁ ସମସ୍ତେ ଉତ୍ସବ ପାଳନ କରୁଛନ୍ତି।