ଶ୍ରାବଣ ମାସର ପ୍ରଥମ ସୋମବାରେ ଶିବଙ୍କ ଠାରେ ଜଳଲାଗି କରିଛନ୍ତି ହଜାର ହଜାର ଶିବଭକ୍ତ । ବାବା ଧବଳେଶ୍ବରଙ୍କ ପୀଠରେ ଶିବଙ୍କ ପୂଜାର୍ଚ୍ଚନା କରି ମନସ୍କାମନା ପୂରଣ ପାଇଁ ଭକ୍ତମାନେ ଜଳାଭିଷେକ କରିଛନ୍ତି । ସେହିପରି ଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ସକାଳୁ ଧାଡିରେ ଯାଇ ଜଳାଭିଷେକ କରିଛନ୍ତି । ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ରାଜ୍ୟର ବିଭିନ୍ନ ଶିବମନ୍ଦିରରେ ଜଳାଭିଷେକ କରିଛନ୍ତି ଶୈବ ଭକ୍ତ । ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ଲାଗିଥିଲା ଆଜି ସକାଳୁ କାଉଡିଆଙ୍କ ଭିଡ । ଭକ୍ତମାନେ ଜଳାଭିଷେକ କରିବା ସହ ବେଲପତ୍ର, ଗଙ୍ଗାଜଳ, ଖିର,କଦଳୀ, କର୍ପୂର, ଚାଉଳ ଆଦି ମଧ୍ୟ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅର୍ପଣ କରିଛନ୍ତି। କିଛି ଶ୍ରଦ୍ଧାଳୁ ଶିବଙ୍କର ଅତି ପ୍ରିୟ ରୁଦ୍ରାକ୍ଷ ମଧ୍ୟ ଅର୍ପଣ ମଧ୍ୟ କରିଥାନ୍ତି । ଭକ୍ତିସହକାରେ ପୂଜା କଲେ ଦେବ ଦେବ ମହାଦେବ ଶିବ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଏହା ବିଶ୍ବାସ ରହିଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Next Post