ଉତ୍ତରପ୍ରଦେଶରେ ବହୁ ପ୍ରତିକ୍ଷିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ଓ୍ବେ ଜନସାଧାରଣଙ୍କ ପାଇଁ ଉଦ୍ଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଯେ ପୂର୍ବରୁ ୟୁପିରେ ଗମନାଗମନ ବହୁତ ଖରାପ ଥିଲା ଏଥିରେ ଏବେ ସୁଧାର ଆସିଛି । ଏପରିକି ରାଜ୍ୟରେ ଆଇନ ଏବଂ ଶୃଙ୍ଖଳା ଅତ୍ୟନ୍ତ ଖରାପ ଥିଲା, କିନ୍ତୁ ଯୋଗୀ ଜି ଉତ୍ତରପ୍ରଦେଶର ପୁରା ଚିତ୍ର ବଦଳାଇଲେ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିକାଲି ଆମ ଦେଶରେ ମାଗଣା ଜିନିଷ ବଣ୍ଟନ କରି ଭୋଟ୍ ସଂଗ୍ରହର ସଂସ୍କୃତି ଆଣିବା ପାଇଁ ପ୍ରୟାସ କରାଯାଉଛି। ଏହି ମାଗଣା ସଂସ୍କୃତି ଦେଶର ବିକାଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ରେଭ୍ଡି ସଂସ୍କୃତି ସହିତ ଦେଶର ଲୋକଙ୍କୁ ବହୁତ ସତର୍କ ରହିବାକୁ ପଡିବ ।