ମହାପ୍ରଭୁଙ୍କ ଅଧରପଣା ନୀତି
ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ସକାଳୁ ଶ୍ରୀଜୀଉ ମାନଙ୍କ ଆଳତି ହୋଇ 7ଟା20ରେ ମାଇଲଂ,8ଟା15ରେ ଅବକାଶ, 9ଟାରେ ବେଶସେଷ,9ଟା40ରୁ10ଟା 10 ମଧ୍ୟରେ ଗୋପାଳ ବଲ୍ଲଭ ହୋଇ 11ଟା35ରେ ସକାଳ ଧୂପ ଉଠିଥିଲା।ପରେ ମଇଲମ୍,ମହାସ୍ନାନ ସର୍ବାଙ୍ଗ,ବେଶାସେଶ ହୋଇ 2ଟା 15 ମିନିଟରେ ମଧ୍ୟାହ୍ନ ଧୂପ ଉଠିଥିଲା।ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟାରେ ତିନି ରଥରେ ଅଧର ପ୍ରସ୍ତୁତି ଆରମ୍ଭ ହୋଇଥିଲା।ମନ୍ଦିର ପ୍ରଶାସନ, ବଡ ଓଡ଼ିଆ ମଠ ଓ ରାଘବ ଦାସ ମଠ ପ୍ରଦତ୍ତ ଛେନା, ସର,କଦଳୀ, ପେଛାଚି,ଗୋଲମରିଚ ଗୁଣ୍ଡ,କର୍ପୂର,ଜାଇଫଳ ପ୍ରଭୃତି ପଣା ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥିଲେ।
ପ୍ରତି ଠାକୁରଙ୍କ ସମ୍ମୁଖ ରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ପ୍ରଭୁଙ୍କ ଶ୍ରିଅଧର କୁ ପାଇବା ଭଳି ଉଚ୍ଚା ତୁମ୍ବାକାର ତିନିଗୋଟି ମାଟି ହାଣ୍ଡି ରଖାଯାଇଥିଲା।ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ।ପୂର୍ବରୁ ପାଣିଆ ଆପଟ ସିଂହ ଦ୍ୱାର ଛାଉଣୀ ମଠ କୂଅ ରୁ ଗରାରେ ଜଳ ଆଣି ରଥ ଉପରେ ପିତ୍ତଳ ହଣ୍ଡା ରେ ରକହୁଥିଲେ।ଏବେ ସିଂହ ଦ୍ଵାର ସମ୍ମୁଖ କୂଅ ରୁ ଏହି ଜଳ ଅଣାଯାଇ ରଖାଯାଇଥିଲା।ମହାସୁଆର ଙ୍କ ଉପସ୍ଥିତି ରେ ଭିତରଛ, ତଳୁଛ,ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ନୂଆ ଗାମୁଛା ଟେରା ବାନ୍ଧିଥିଲେ।
https://twitter.com/JagannathaDhaam/status/1546545535946874880ଅଧର ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିଆ ପକାଯାଇଥିଲା।ମହାସୁଆର ମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ।ଏହା ପରେ ପତ୍ରିବଦୁ8,ସୁଆର ବଡୁ,ଓ ଗରାବଡୁ ପାଳିଆ ସେବକ ତିତି ରଥ ଉପରେ ପୂଜା ଠା କରିଥିଲେ।ପାଳିଆ ପୂଜାପଣ୍ଡା ପଞ୍ଚୋଉପଚାର ରେ ଭୋଗ ଲଗାଇଥିଲେ।