ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି; ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ରଥଟଣା !

ମେଟ୍ରୋ ଟିଭି ଓଡିଶା (୧.୭.୨୦୨୨)

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ । ରଥ ପ୍ରତିଷ୍ଠା ପରେ ସମସ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ହୋଇଛି । ପହଣ୍ଡି ବିଜେ ପରେ ରଥାରୁଢ଼ ହୋଇଛନ୍ତି ୩ ଠାକୁର । ଚକ୍ରରାଜ ସୁଦର୍ଶନ ପ୍ରଥମେ ରଥାରୁଢ଼ ହୋଇଥିବା ବେଳେ ପରେ ତାଳଧ୍ୱଜରେ ବିଜେ ହୋଇଛନ୍ତି ବଡ଼ ଭାଇ ବଳଭଦ୍ର । ପରେ ଦେବୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଛନ୍ତି । ବଡ ଭାଇ ବଳଭଦ୍ରଙ୍କ ପରି ମୁଣ୍ଡରେ ଟାହିଆ ଲଗଇ ଭକ୍ତଙ୍କ ଗହଣରେ ଝୁଲିଝୁଲି ଆସି ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥ ବିଜେ କରିଛନ୍ତି ।

ସୂଚନା ମତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ୩ ଘଣ୍ଟା ଆଗୁଆ ରହିଛି ବୋଲି ଜଣାପଡ଼ିଛି । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଭକ୍ତ ଓ ଭଗବାନଙ୍କ ଏକାଠିକୁ ବାରଣ କରିଥିଲା ପ୍ରଶାସନ ଓ ସରକାର । ଅର୍ଥାତ୍‌ ବିନା ଭକ୍ତରେ ସେବାୟତ ଓ ପୁଲିସ ପ୍ରଶାସନ ଦ୍ୱାରା ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । କେବଳ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ ଭକ୍ତ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ଦେଖିବାକୁ ମିଳିଛି । ଏଥି ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ସୁରୁଖୁରୁରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଉଛି ।