Motorolaର ସବୁଠାରୁ ଦମ୍‌ଦାର ସ୍ମାର୍ଟଫୋନ୍ Signature 27 ଲଞ୍ଚ,ଜାଣନ୍ତୁ ଫିଚର୍ସ ଓ ପ୍ରାଇସ

ଶେଷରେ ଗ୍ଲୋବାଲ୍ ମାର୍କେଟ୍‌ରେ ଲଞ୍ଚ ହୋଇଛି Motorolaର ସବୁଠାରୁ ଦମ୍‌ଦାର ସ୍ମାର୍ଟଫୋନ୍ Signature 27 । ଚଳିତ ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିବା Signature ମଡେଲ୍‌ରେ କମ୍ପାନୀ ଏଥର ଅନେକ ବଡ଼ ଅପଗ୍ରେଡ୍ କରିଛି । ନୂଆ ଫୋନ୍‌ଟିରେ ୨୦୦ ମେଗାପିକ୍ସେଲ୍ କ୍ୟାମେରା ଏବଂ ୭୦୦୦mAhର ପାୱାରଫୁଲ ବ୍ୟାଟେରୀ ଭଳି ଆକର୍ଷଣୀୟ ଫିଚର୍ସ ସାମିଲ କରିଛି । ଏହି ସ୍ମାର୍ଟଫୋନ୍‌ରେ କମ୍ପାନୀ Qualcommର ସବୁଠାରୁ ସ୍ପିଡ଼ ଚିପ୍‌ସେଟ୍ ପ୍ରଦାନ କରିଛି । ଯାହା ଫୋନ୍‌ର ପରଫର୍ମାନ୍ସକୁ ଆହୁରି ଉନ୍ନତ କରିବ ବୋଲି ଆଶା କରାଯାଉଛି । ଏହା ସହ ନଭେମ୍ବର ମାସରେ ଫୋନ୍‌ଟିକୁ ଗ୍ଲୋବାଲ୍ ମାର୍କେଟ୍‌ରେ ଲଞ୍ଚ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଥିଲା। ଏବେ ଏହାର ଗ୍ଲୋବାଲ୍ ଲଞ୍ଚ ସହ ସ୍ମାର୍ଟଫୋନ୍ ବଜାରରେ ଚର୍ଚ୍ଚା ଜୋର ଧରିଛି ।

ଫିଚର୍ସ:

Motorolaର ନୂଆ ସ୍ମାର୍ଟଫୋନ୍ Signature 27ରେ ଅନେକ ଆକର୍ଷଣୀୟ ଫିଚର୍ସ ରହିଛି । ଏହି ଫୋନରେ ୬.୮ ଇଞ୍ଚର Extreme AMOLED Duo LTPO Tandem OLED ଡିସପ୍ଲେ ଦିଆଯାଇଛି । ଯାହା ୧୨୦Hz ରିଫ୍ରେସ୍ ରେଟ୍ ସହ ୧୨,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହା ସହିତ ଭଲ ସାଉଣ୍ଡ ଏକ୍ସପିରିଏନ୍ସ ପାଇଁ Bang & Olufsen ଦ୍ୱାରା ଟ୍ୟୁନ୍ କରାଯାଇଥିବା ଷ୍ଟେରିଓ ସ୍ପିକର୍ ମଧ୍ୟ ସାମିଲ କରାଯାଇଛି । ଏହି ସ୍ମାର୍ଟଫୋନ୍ Android 17 ଅପରେଟିଂ ସିଷ୍ଟମରେ କାମ କରିଥାଏ ।

ପରଫର୍ମାନ୍ସ କଥା କହିବାକୁ ଗଲେ, ଏଥିରେ Qualcomm Snapdragon 8 Elite Extreme Gen 6 ଚିପସେଟ୍ ଦିଆଯାଇଛି । ଏହା ସହିତ ୧୬GB RAM ଏବଂ ୧TB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ସୁବିଧା ଦିଆଯାଇଛି । ଯାହା ଫଳରେ ମଲ୍ଟିଟାସ୍କିଂ ଏବଂ ଗେମିଂ ପାଇଁ ଫୋନ୍ ଉପଯୋଗୀ ହୋଇପାରିବ । କ୍ୟାମେରା ଏହି ଫୋନରେ ଅନ୍ୟତମ ଆକର୍ଷଣ । ଏହାର ବ୍ୟାକରେ ଏକ ଭିନ୍ନ ଡିଜାଇନର କ୍ୟାମେରା ମଡ୍ୟୁଲ୍ ରହିଛି । ଏଥିରେ ୫୦MP Sony LYT-910 ପ୍ରାଇମେରୀ ସେନ୍ସର୍, ୨୦୦MP ପେରିସ୍କୋପ୍ ଟେଲିଫୋଟୋ ଲେନ୍ସ ଏବଂ ୫୦MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ କ୍ୟାମେରା ଦିଆଯାଇଛି । ସେଲ୍ଫି ଓ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ୫୦MP କ୍ୟାମେରା ଦିଆଯାଇଛି ।

ବ୍ୟାଟେରୀ ପାୱାର ମଧ୍ୟ ଏହି ଫୋନର ଏକ ବଡ଼ ଆକର୍ଷଣ । ଏଥିରେ ୭୦୦୦mAhର ବଡ଼ ବ୍ୟାଟେରୀ ସୁବିଧା ଦିଆଯାଇଛି । ଯାହା ୯୦W ଫାଷ୍ଟ ୱେୟାର୍ଡ ଚାର୍ଜିଂ ଏବଂ ୫୦W ୱାୟାରଲେସ୍ ଚାର୍ଜିଂ ସପୋର୍ଟ କରେ । ଏହା ବ୍ୟତୀତ ଫୋନ୍ IP68 ଓ IP69 ରେଟିଂଯୁକ୍ତ । ଯାହା ଡଷ୍ଟ ଓ ପାଣିରୁ ପ୍ରୋଟେକ୍ଟ କରିଥାଏ । ଡିସପ୍ଲେର ପ୍ରୋଟେକ୍ସନ ପାଇଁ Corning Gorilla Glass Ceramic 3ର ବ୍ୟବହାର କରାଯାଇଛି । ଏହାସହ ଫୋନ୍ MIL-STD-810H ମିଲିଟାରୀ ଗ୍ରେଡ୍ ସାର୍ଟିଫିକେସନ୍ ମଧ୍ୟ ପାଇଛି । ଏଭଳି ଭାବେ ଡିସପ୍ଲେ, କ୍ୟାମେରା, ପ୍ରୋସେସର୍ ଓ ବ୍ୟାଟେରୀ କ୍ଷେତ୍ରରେ ଅନେକ ଉନ୍ନତ ଫିଚର୍ସ ସହ Motorola Signature 27 ସ୍ମାର୍ଟଫୋନ୍ ବଜାରକୁ ଆସିଛି ।

ପ୍ରାଇସ୍:

ମୋଟୋରୋଲାର ଏହି ପ୍ରିମିୟମ୍ ଫ୍ଲାଗସିପ୍ ଫୋନ୍‌ଟି ୟୁରୋପୀୟ ବଜାରରେ ଲଞ୍ଚ ହୋଇଛି। ଯାହାର ପ୍ରାରମ୍ଭିକ ମୂଲ୍ୟ ୧,୭୦,୦୦୦ଟଙ୍କା ରହିଛି । ଏହା ଖୁବ୍ ଶୀଘ୍ର କିଛି ନିର୍ଦ୍ଦିଷ୍ଟ ବଜାରରେ ବିକ୍ରୟ ପାଇଁ ଉପଲବ୍ଧ ହେବ । ଏହା ଦୁଇଟି କଲର ଅପ୍ସନ ପାଣ୍ଟୋନ୍ କ୍ୟାପୁଲେଟ୍ ଅଲିଭ୍ ଏବଂ ପାଣ୍ଟୋନ୍ କୋଲ୍ ସ୍ମୋକ୍ ରେ ଉପଲବ୍ଧ ହେବ ।

Leave a comment