ଧନତେରସରେ ଗ୍ରାହକଙ୍କୁ ବଡ ଉପହାର , ହଠାତ କମିଗଲା ସୁନା ଏବଂ ରୁପା ରେଟ୍
ଧନତେରସରେ ଗ୍ରାହକଙ୍କୁ ବଡ ଉପହାର । ହଠାତ କମିଗଲା ସୁନା ଏବଂ ରୁପା ରେଟ୍ । ଚାହିଦା ବଢିଥିଲେ ବି ଏମସିଏକ୍ସରେ ଡିସେମ୍ବର ପାଇଁ ସୁନା ଏବଂ ରୁପା ଦର ହ୍ରାସ ପାଇଛି । ଯାହା ସବୁଠୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି ।
ଏମସିଏକ୍ସରେ ସୁନାର ଭବିଷ୍ୟତ ଦର ୧୦ ଗ୍ରାମ୍ ପିଛା ୨୪୨୮ ଟଙ୍କା ହ୍ରାସ ପାଇଛି । ଫଳରେ ଦାମ୍ ୧,୪୧,୬୬୭ ଟଙ୍କାକୁ ଖସି ଆସିଛି । ଅନ୍ୟ ଦିଗରେ ରୁପାର ଦାମରେ ବି ହ୍ରାସ ପରିଲକ୍ଷିତ ହୋଇଛି । ଡିସେମ୍ବର ପାଇଁ ରୁପାର ଭବିଷ୍ୟତ ଦର ଉପରେ ନଜର ପକାଇଲେ ଏହାର ଦାମ୍ କେଜି ପିଛା ୩୧୦୦ ଟଙ୍କା ଖସି ୧୮୪୦୫୦ ଟଙ୍କାରେ ପହଁଚିଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ରେଟ୍ ୧.୪୬ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୦୫୩.୮ ଡଲାର ହୋଇଛି । ରୁପା ମଧ୍ୟ ୧.୭ ପ୍ରତିଶତ କମି ଆଉନ୍ସ ପିଛା ୫୧୪୮୫ ଡଲାରରେ ଟ୍ରେଡ୍ କରୁଛି । ନୂଆ ରେଟ୍ ଉପରେ ନଜର ପକାଇଲେ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ଦିଲ୍ଲୀରେ ୧୦ ଗ୍ରାମ୍ ପିଛା ୧୪୬୧୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ଦାମ୍ ୧୩୪୦୧୦ ଟଙ୍କା ରହିଛି । ରୁପା ଦର ୨ ଲକ୍ଷ ୧୦ ହଜାର ୧୦୦ ଟଙ୍କା ରହିଛି ।
ଅନ୍ୟ ଦିଗରେ ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ଦାମରେ ଅହେତୁକ ବୃଦ୍ଧି ଘଟିଛି । ଅଶୋଦ୍ଧିତ ତୈଳ ଦର ୨ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୦ ଡଲାରରେ ପହଁଚିଛି ।
ସୂଚନାଯୋଗ୍ୟ, ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡୋନାଲ୍ଡ୍ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ପରାସ୍ତ ହୋଇଛି । ଯାହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡିଛି । ବିଶ୍ୱର ଅନେକ ବଡ ବଡ ସେୟାର ବଜାରରେ କାରାବର ବଢିଥିବା ବେଳେ ତୈଳ ଦର ମଧ୍ୟ ନିୟନ୍ତ୍ରଣକୁ ଆସିଛି ।