ଦୀପାବଳି ସମୟରେ ମିଠା ଦୋକାନ ଉପରେ ଫୁଡ ସେଫ୍ଟି ଟିମର ନଜର,ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟ ଥାନା ଅଞ୍ଚଳରେ ଘନ ଘନ ରେଡ୍
ଦୀପାବଳି ସମୟରେ ମିଠା ଦୋକାନ ଉପରେ ଫୁଡ ସେଫ୍ଟି ଟିମର ନଜର । ଦୀପାବଳି ଲାଗି ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଥିବା ବେଳେ ଫୁଡ ସେଫ୍ଟି ଟିମ ପକ୍ଷରୁ ଅଚାନକ ଯାଞ୍ଚ । ରଙ୍ଗ ମିଶ୍ରିତ ମିଠା ବିକ୍ରି କରୁଥିଲେ ଦୋକାନ ଉପରେ ରେଡ କରୁଛି ଟିମ୍ । ରାଜଧାନୀରେ ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟ ଥାନା ଅଞ୍ଚଳରେ ଘନ ଘନ ରେଡ୍ ଚାଲିଛି । ଅସ୍ବାସ୍ଥ୍ୟକର ପରିବେଶରେ ମିଠା ତିଆରି କରାଯାଉଥିଲେ ତାଗିଦ କରାଯାଉଛି । ଖୁଆ ଓ ମିଠାରେ ବ୍ୟବହୃତ ଛେନା ମଧ୍ୟ ଯାଞ୍ଚ କରାଯାଇଛି ।
ବ୍ୟବସାୟ ଆଢ଼ୁଆଳରେ ବାସି ମିଠା ବିକିଲେ ନଷ୍ଟ କରୁଛନ୍ତି ଟିମ୍ । ଇନଫୋସିଟି ଛକ ଉପରେ ଥିବା ଅନେକ ମିଠା ଦୋକାନରେ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ । ସତ୍ୟଜିତ ପଟେଲଙ୍କ ନେତୃତ୍ବରେ ଟିମର ଯାଞ୍ଚ। ଦୀପାବଳି ଗିଫ୍ଟ ଓ ପ୍ରିୟଜନଙ୍କୁ ଉପହାର ପାଇଁ ମିଠା ପ୍ୟାକେଟ କିଣିବାକୁ ଲୋକଙ୍କ ଜମୁଛି ଭିଡ଼ । ଏହି ଆଢ଼ୁଆଳରେ ଯେପରି ମିଠା ଦୋକାନୀ ଅସ୍ବାସ୍ଥ୍ୟକର ମିଠା ବିକ୍ରି ନ କରନ୍ତି ସେନେଇ ଯାଞ୍ଚ ହେଉଛି । ନିୟମ ଉଲଙ୍ଘନ କରୁଥିବା ଦୋକାନୀଙ୍କୁ ମୋଟା ଅଙ୍କର ଫାଇନ୍ କରାଯାଉଛି ।