ଥରିଲା ଚୀନ୍,ରିକ୍ଟର ସ୍କେଲରେ ତୀବ୍ରତା ୪.୪
ଥରିଲା ଚୀନ୍ । ଗୁରୁବାର ସକାଳୁ ସକାଳୁ ଚୀନରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ବୋଲି ଜଣା ପଡିଛି । ଭାରତୀୟ ସମୟାନୁସାରେ ସକାଳ ୬ଟା ୧୯ରେ ଏହି ଝଟକା ଲାଗିଛି ।
ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ, ଭୂମିକମ୍ପ କେନ୍ଦ୍ର ୩୨.୫୯୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୪.୨୯୧ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିଲା । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୧୦ କିଲୋମିଟର ଭିତରେ ଥିବା ଜଣା ପଡିଛି । ଏଥିରେ କାହାରି କିଛି କ୍ଷୟଯତି ହୋଇଥିବା ସୂଚନା ମିଳିନାହିଁ ।
ତେବେ ଝଟକା ଲାଗିବା ପରେ ଲୋକେ ଭୟଭୀତ ହୋଇ ରହିଛନ୍ତି । ସେମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି । ଏବେବି ଅନେକ ଲୋକେ ଭୟରେ ଘର ବାହାରେ ରହିଛନ୍ତି । ପରିସ୍ଥିତି ଉପରେ ଚୀନର ସୁରକ୍ଷା ସଂସ୍ଥା ନଜର ରଖିଛନ୍ତି ।ଆଉ କିଛି ଗଣମାଧ୍ୟମର ରିପୋର୍ଟରେ ଭୂମିକମ୍ପ ପରେ କିଛି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଝଟକା ଏତେ ବଡ ନଥିଲେ କି ଦୁର୍ବଳ ଘର ଅଧିକ ପ୍ରଭାବିତ ହୋଇଥିବା କୁହାଯାଉଛି । ତେବେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।