ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,୨୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ

ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟ ଗୁଡ଼ିକରେ ୨୦୬୭ ଜଣ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ଏହା ମାଧ୍ୟମରେ ରାଜ୍ୟରେ ଶିକ୍ଷା ଓ ପ୍ରଗତିର ନୂତନ ଅଧ୍ୟାୟ ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।  ପିଲାମାନଙ୍କ ମନରେ ସୁରକ୍ଷା, ଆତ୍ମବିଶ୍ୱାସର ଭାବ ଜାଗ୍ରତ କରନ୍ତୁ, ଆଦର୍ଶ ବନ୍ଧୁ ଭାବରେ ମାର୍ଗଦର୍ଶନ କରନ୍ତୁ ବୋଲି ନବନିଯୁକ୍ତ ଶିକ୍ଷକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।  ଦକ୍ଷତାବିକାଶ ଏବଂ ନିଯୁକ୍ତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ହେଉଛି ସରକାରଙ୍କ ପ୍ରାଥମିକତା ।  ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ ଠାରେ ଅନୁଷ୍ଠିତ ୧୮ତମ ନିଯୁକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଏହା କହିଛନ୍ତି ।

Leave a comment