ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି । ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ହୋଇଥିବା କ୍ଷୟକ୍ଷତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଫସଲ କ୍ଷତି ହୋଇଛି । ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରିଥିଲୁ ।

ବାତ୍ୟା ପ୍ରଭାବରେ ମାଲକାନଗିରିରେ ଅଧିକ କ୍ଷତି ହେବ ବୋଲି ଭାବିଥିଲୁ । ହେଲେ ବାତ୍ୟା ପ୍ରଭାବରେ ବର୍ଷା ଓ ବନ୍ୟା ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଶ୍ୟକୀୟ ସ୍ଥଳରେ ହେଲିକ୍ୟାପ୍ଟରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ମୋହନ ମାଝୀ ।

ତେବେ ନଜର ପକାନ୍ତୁ ଗଞ୍ଜାମ ବନ୍ୟାର ୧୫ଟି ବଡ଼ ଅପଡେଟ୍ ଉପରେ:

– ଗଞ୍ଜାମରେ ବନ୍ୟା ସ୍ଥିତି ସଙ୍ଗିନ!

-ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା!

-ବନ୍ୟା ପାଣି ଘେରରେ ଅନେକ ଗାଁ!

-ବନ୍ୟା ପାଣିରେ ବୁଡ଼ିଲା ଆସିକା ସହର!

-ସୋରଡ଼ା ବ୍ଲକର ଅନେକ ଗାଁ ଜଳମଗ୍ନ!

-ଭଞ୍ଜନଗରରେ ବଢ଼ୁଛି ବନ୍ୟା ବିପଦ!

– ଘରେ ପଶିଲା ବନ୍ୟା ପାଣି, ଲୋକେ ହନ୍ତସନ୍ତ!

– ରାସ୍ତା ଧୋଇଗଲା, ଯୋଗାଯୋଗ ବିଚ୍ଛିନ୍ନ!

-ବିପଦ ସଙ୍କେତ ଟପିଲା ବାଘୁଆ ନଦୀ!

– ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ!

-ବନ୍ୟାରେ ପ୍ରଭାବିତ ପ୍ରାୟ ୩୦୦ ଗାଁ!

– ୭୦ ଗାଁ ଜଳବନ୍ଦୀ, ଫସିରହିଛନ୍ତି ହଜାର ହଜାର ଲୋକ!

– ଦିଗପହଣ୍ଡି–ଆସିକା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ!

-ଧରାକୋଟର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ!

-ବ୍ରହ୍ମପୁରରେ ଜଳବନ୍ଦୀ ସ୍ଥିତି, ଜନଜୀବନ ପ୍ରଭାବିତ!

Leave a comment