ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,ଆତ୍ମଜୀବନୀ ପୁସ୍ତକର ପ୍ରଥମ ପୋଷ୍ଟ କଲେ ସେୟାର

ଇନଷ୍ଟାଗ୍ରାମରେ ପ୍ରଥମ ଥର ପାଇଁ ଆକାଉଣ୍ଟ ଖୋଲିଲେ ସୋନିଆ ଗାନ୍ଧୀ । ଆତ୍ମଜୀବନୀ ପୁସ୍ତକର ପ୍ରଥମ ପୋଷ୍ଟ ଇନଷ୍ଟାରେ ସେୟାର କରିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ । ସେ ନିଜର ଆଗାମୀ ଆତ୍ମଜୀବନୀ ‘Belonging: A Journey of Love’ ପୁସ୍ତକ ସେୟାର କରିଛନ୍ତି। ଏହି ପୁସ୍ତକ ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରଥମ ପୋଷ୍ଟରେ ପାଠକଙ୍କ ସହ ସେୟାର କରି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ସମସ୍ତଙ୍କୁ ନମସ୍କାର । ‘Belonging: A Journey of Love’ ର ପ୍ରଥମ ଝଲକ ଆପଣମାନଙ୍କ ସହ ସେୟାର କରି ମୁଁ ଅତ୍ୟନ୍ତ କୃତଜ୍ଞ। ଏହା ପ୍ରେମ, କର୍ତ୍ତବ୍ୟ, ଦୁଃଖ ଏବଂ ନିଜର ଏକ ସ୍ଥାନ ଖୋଜିବାର କାହାଣୀ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହାକୁ ଆପଣମାନଙ୍କ ସହ ସେୟାର କରିବାକୁ ମୁଁ ଅପେକ୍ଷା କରିଛି ବୋଲି ଲେଖିଛନ୍ତି ସୋନିଆ । ଆତ୍ମଜୀବନୀରେ ଇଟାଲୀରେ ବିତିଥିବା ତାଙ୍କ ପିଲାଦିନରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ସମ୍ପର୍କ ଆଦି ଉଲ୍ଲେଖ ରହିଛି। ଏଥିସହ ଭାରତ ସହ ତାଙ୍କର ସମ୍ପର୍କ ଓ ଆତ୍ମୀୟତାର ଭାବନାକୁ ମଧ୍ୟ ପୁସ୍ତକରେ ସ୍ଥାନ ଦିଆଯାଇଛି । ସୋନିଆଙ୍କ ପିଲାଦିନ, ଇଟାଲୀରେ ବିତିଥିବା ପ୍ରାରମ୍ଭିକ ଜୀବନ, ରାଜୀବ ଗାନ୍ଧୀଙ୍କ ସହ ପ୍ରେମ ଏବଂ ପାରିବାରିକ ଦୁଃଖଦ ଘଟଣାକୁ ନେଇ ଆତ୍ମଜୀବନୀ ପୁସ୍ତକରେ ରହିଛି । ରାହୁଲ ଗାନ୍ଧୀ ମଧ୍ୟ ଏହି ପୁସ୍ତକକୁ ନେଇ ପୂର୍ବରୁ ନିଜର ଉତ୍ସାହ ପ୍ରକାଶ କରିଥିଲେ ।

Leave a comment