ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ବିଦାୟ ନେଉଛନ୍ତି ମା’ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣି ଉତ୍ସବ । ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଦୟା, କୁଆଖାଇ ନଦୀ ପଠାରେ ବିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ସଚେତନ କରିବା ପାଇଁ ନୋଟିସ ବୋର୍ଡ ଲଗାଯାଇଛି ।ଏସବୁ ଭିତରେ ଉତ୍ତର ଭୁବନେଶ୍ବରରେ ଦେବୀ ଦୁର୍ଗାଙ୍କ ଭସାଣିକୁ ନେଇ ଟ୍ବିଷ୍ଟ । ଏକାଠି ହେବେନି ୨୬ଟି ମେଢ଼ । ଦୁଇ ଭସାଣି ଆୟୋଜକଙ୍କ ଠାରୁ ଅଲଗା ହୋଇ ନିଜେ ନିଜେ ଭସାଣି କରିବେ ୮ଟି ମେଢ଼ । ପୂର୍ବରୁ ଭୁବନେଶ୍ବରରେ ଭସାଣି ସମିତି ଓ ଭୁବନେଶ୍ବର ଭସାଣି କମିଟିରେ ୧୩ଟି ଲେଖାଏଁ, ମୋଟ୍ ୨୬ଟି ମେଢ଼ ସାମିଲ ହେବାର ଯୋଜନା ଥିଲା । ହେଲେ ୮ଟି ମେଢ଼ କୌଣସି ଆୟୋଜକଙ୍କ ସହ ସାମିଲ ନହୋଇ ନିଜସ୍ବ ଭାବେ ଭସାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଉଭୟ ଭସାଣି ଆୟୋଜକଙ୍କ ସହ ୯ଟି ଲେଖାଏଁ, ମୋଟ୍ ୧୮ଟି ମେଢ଼ ସାମିଲ ହେବେ । ଦୁଇଟି ଭିନ୍ନ ସ୍ଥାନରୁ ରୋଷଣି ଶୋଭାଯାତ୍ରା ଆରମ୍ଭ ହେବ । ଅନ୍ୟପଟେ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ତେବେ ଚଳିତବର୍ଷ ରାଜଧାନୀର ଭସାଣିରେ ଶୁଭିବନି DJର ଛାତିଥରା ଶଦ୍ଦ । ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରାତି ୧୦ଟା ପରେ ମେଢ଼ ଆଗରେ ଶୁଭିବନି ବାଜା । କେବଳ ପାରମ୍ପରିକ ବାଜାରେ ସମସ୍ତ ମେଢ଼କୁ ମେଲାଣି ଦେବେ ମଣ୍ଡପର କାର୍ଯ୍ୟକର୍ତ୍ତା । ଯଦି କେହି ଭସାଣରେ DJକୁ ସାମିଲ କରିବ ତେବେ କମିଶନରେଟ୍ ପୋଲିସ DJ ମାଲିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପ୍ରତି ମଣ୍ଡପରୁ ଭସାଣି ପାଇଁ ମେଢ଼ ବାହାରିବା ସମୟରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହିତ ACP ଉପସ୍ଥିତ ରହିବେ । ସେପଟେ ଭସାଣ ପାଇଁ ସ୍ବତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା କରାଯାଇଛି । ଟ୍ରାଫିକରେ ଜାମ ସ୍ଥିତି ନଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ