ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ୨୦୨୬-୨୭ ପାଇଁ ନାମାଙ୍କନ ଯାଞ୍ଚ ଓ ପ୍ରତ୍ୟାହାର ପରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୭ଟା ୩୦ ସୁଦ୍ଧା ଜାରି ତଥ୍ୟ ଅନୁଯାୟୀ, ମୋଟ ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନ ନାମାଙ୍କନ ସମ୍ପର୍କିତ ତଥ୍ୟ ଦାଖଲ କରିଛନ୍ତି। ଏଥିରେ ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟ ରହିଛି।
ମୋଟ ୮,୭୮୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଯାଞ୍ଚ ସମୟରେ ୧,୨୧୬ ଜଣଙ୍କ ନାମାଙ୍କନ ନାକଚ ହୋଇଛି। ଯାଞ୍ଚ ପରେ ୭,୫୬୯ ଜଣଙ୍କ ନାମାଙ୍କନ ବୈଧ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ୪୪୩ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଫଳରେ ଚୂଡ଼ାନ୍ତ ଭାବେ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି। ଏଥିରେ କଲେଜରୁ ୬,୫୩୩ ଜଣ ଏବଂ ବିଶ୍ୱବିଦ୍ୟାଳୟରୁ ୩୫୮ ଜଣ ପ୍ରାର୍ଥୀ ସାମିଲ ଅଛନ୍ତି।