ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତ ଟି-୨୦ ସିରିଜ : ଆସନ୍ତାକାଲି ରାଞ୍ଚିରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍
ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିସାରିଛି । ଲକ୍ଷ୍ନୌରେ ପ୍ରଥମ ଟି-୨୦ରେ ବିଜୟ ପରେ ଏବେ ରାଞ୍ଚିରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜରେ ୨-୦ ଆଗୁଆ ହେବାକୁ ଶ୍ରେୟସ ଆୟରଙ୍କ ଦଳ ଟାର୍ଗେଟ ରଖିଛି । ଦ୍ୱିତୀୟ ଟି-୨୦ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୯ରେ ରାଞ୍ଚିରେ ଖେଳାଯିବ ।
ରାଞ୍ଚିରେ ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ଅନଲାଇନ୍ ଟିକେଟ୍ ଖୁବ୍ କମ୍ ସମୟ ମଧ୍ୟରେ ବିକ୍ରି ହୋଇଯାଇଥିବା ବେଳେ ଅଫଲାଇନ୍ ଟିକେଟ୍ ପାଇଁ ମଧ୍ୟ ସକାଳୁ ଲୋକେ ଲାଇନରେ ଛିଡ଼ା ହୋଇଥିଲେ ।
ଦ୍ୱିତୀୟ ଟି-୨୦ରେ ସମସ୍ତଙ୍କ ନଜର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଛି । ପ୍ରଥମ ମ୍ୟାଚରେ ବୈଭବ ଖେଳିନଥିଲେ । ଏବେ ରାଞ୍ଚିରେ ତାଙ୍କୁ ପ୍ଲେଇଂ-୧୧ରେ ସାମିଲ କରାଯିବାର ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି । ଭାରତର ଟି-୨୦ ସ୍କ୍ୱାଡରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି । ପ୍ରଥମ ମ୍ୟାଚରେ ସଞ୍ଜୁ ମାତ୍ର ୧୧ ରନ୍ କରିଥିଲେ ।
ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଏସିଆନ୍ ଗେମ୍ସରେ ଖେଳିଥିଲେ । ପାକିସ୍ତାନ ବିପକ୍ଷ ଫାଇନାଲରେ ବୈଭବ ୯ଟି ବଲରେ ୧୫ ରନ୍ କରିଥିଲେ ।
ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧ : ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ୱିକେଟକିପର ), ଶ୍ରେୟସ ଆୟର ( ଅଧିନାୟକ), ତିଳକ ବର୍ମା, ଶିବ ଦୁବେ. ନମନ ଧୀର,ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ।