Smart 20 ଲାଇନଅପ୍ର ନୂଆ ମଡେଲ୍ ଲଞ୍ଚ କରିଛି Infinix,ମୋବାଇଲ୍ ନେଟୱର୍କ ନଥିଲେ ମଧ୍ୟ କମ୍ୟୁନିକେସନ୍ କରାଯାଇପାରିବ
ବଜେଟ୍ ସ୍ମାର୍ଟଫୋନ୍ ସେଗମେଣ୍ଟରେ Infinix ଏହାର Smart 20 ଲାଇନଅପ୍ର ନୂଆ ମଡେଲ୍ ଲଞ୍ଚ କରିଛି । କମ୍ପାନୀ ଭାରତରେ Infinix Smart 20 HD ଲଞ୍ଚ କରିଛି । ଯାହା ପୂର୍ବରୁ ଉପଲବ୍ଧ ଥିବା Smart 20ର ଏକ ନୂଆ ଭାରିଆଣ୍ଟ । ଏହି ଫୋନ୍ର ଖାସ୍ ଫିଚର୍ସ ମଧ୍ୟରେ ୧୨୦Hz ରିଫ୍ରେଶ୍ ରେଟ୍ ଡିସପ୍ଲେ, ୫୦୦୦mAhର ବ୍ୟାଟେରୀ ଏବଂ ଡୁଆଲ୍ ସ୍ପିକର୍ ରହିଛି । ଏହା ବ୍ୟତୀତ ଫୋନ୍ରେ Ultra Link ଫିଚର୍ସ ମଧ୍ୟ ଦିଆଯାଇଛି । ଯାହାର ସାହାଯ୍ୟରେ ମୋବାଇଲ୍ ନେଟୱର୍କ ନଥିଲେ ମଧ୍ୟ କିଛି ପ୍ରକାରର କମ୍ୟୁନିକେସନ୍ କରାଯାଇପାରିବ ।
ଫିଚର୍ସ:
Smart 20 HDରେ ୬.୬୭ ଇଞ୍ଚର HD+ ପଞ୍ଚ ହୋଲ ଡିସପ୍ଲେ ଦିଆଯାଇଛି । ଏହି ଫୋନ୍ ସ୍କ୍ରିନର ରିଜୋଲ୍ୟୁସନ୍ ୭୨୦ x୧୬୦୦ ପିକ୍ସେଲ ରହିଛି । ଯାହା ୧୨୦Hz ରିଫ୍ରେଶ୍ ରେଟକୁ ସପୋର୍ଟ କରିଥାଏ । ଡିସପ୍ଲେର ପିକ୍କ HBM ବ୍ରାଇଟନେସ୍ 700 ନିଟ୍ ପର୍ଯ୍ୟନ୍ତ ରହିଛି ।
ଫୋନ୍ରେ Unisoc T7250 ଅକ୍ଟା-କୋର୍ ପ୍ରୋସେସର୍ ମଧ୍ୟ ଦିଆଯାଇଛି । ଏଥିରେ ୩GB RAM ଏବଂ ୬୪GB ଇଣ୍ଟରନାଲ୍ ଷ୍ଟୋରେଜର ସୁବିଧା ମିଳୁଛି । ଭର୍ଚୁଆଲ୍ RAM ଜରିଆରେ RAMକୁ 6GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । ଷ୍ଟୋରେଜ୍ ବଢ଼ାଇବା ପାଇଁ ଅଲଗା microSD କାର୍ଡ ସ୍ଲଟ୍ ମଧ୍ୟ ରହିଛି । ଏହା Android 15 ଉପରେ ବେସ୍ଡ । ଯାହା XOS 15.1 ଉପରେ କାମ କରିଥାଏ । ଏହି ଫୋନ୍ରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି । ଯାହା 15W ପର୍ଯ୍ୟନ୍ତ ଚାର୍ଜିଂ ସପୋର୍ଟ କରିଥାଏ । ବକ୍ସରେ 10W ଚାର୍ଜର୍ ଦିଆଯାଇଛି । ଡିଭାଇସ୍କୁ IP64 ଡଷ୍ଟ ଏବଂ ସ୍ପ୍ଲାଶ୍ ରେଜିଷ୍ଟାନ୍ସ ମଧ୍ୟ ମିଳିଛି ।
ଫଟୋଗ୍ରାଫି ପାଇଁ ଫୋନ୍ର ବ୍ୟାକରେ ଏବଂ ଫ୍ରଣ୍ଟର ଦୁଇ ପଟେ 8MP କ୍ୟାମେରା ଦିଆଯାଇଛି । ରିଅର୍ କ୍ୟାମେରା ଅଟୋଫୋକସ୍ ସହିତ ଆସୁଛି ଏବଂ ଯେଉଁଥିରେ Super Night, Dual Video, Vlog, Documents, Pro, Panorama ଏବଂ Time-Lapse ଭଳି ମୋଡର ସୁବିଧା ମିଳୁଛି । ଯାହା ଦ୍ୱାରା 30fpsରେ 2K ଭିଡିଓ ରେକର୍ଡିଂ ମଧ୍ୟ କରାଯାଇପାରିବ । ଅଡିଓ ପାଇଁ ଫୋନ୍ରେ ଡୁଆଲ୍ ସ୍ପିକର୍ ପ୍ରଦାନ କରାଯାଇଛି । ଏଥିରେ ୩୦୦ ପ୍ରତିଶତ ପର୍ଯ୍ୟନ୍ତ Ultra Volume Mode ଏବଂ DTS ଅଡିଓ ସପୋର୍ଟ ମିଳୁଛି ।
ଏଥିସହିତ Infinix Smart 20 HDରେ Ultra Link ଫିଚର୍ସ ଦିଆଯାଇଛି । ଯାହା Bluetooth ଆଧାରିତ କନେକ୍ଟିଭିଟି ବ୍ୟବହାର କରେ ଏବଂ ୨୦୦ ମିଟର୍ ଦୂରତା ପର୍ଯ୍ୟନ୍ତ ବିନା ନେଟୱର୍କରେ କଲ୍, ମେସେଜ୍, ଭଏସ୍ ନୋଟ୍ ଏବଂ ଫଟୋ ସେୟାର୍ କରିବାର ସୁବିଧା ଦିଏ । କନେକ୍ଟିଭିଟି ପାଇଁ ଫୋନ୍ରେ 4G LTE, Wi-Fi, Bluetooth, GPS ଏବଂ USB Type-C ଭଳି ଅପ୍ସନ୍ ମିଳୁଛି । ଉନ୍ନତ କଲିଂ ପାଇଁ ଏଥିରେ Smart NC ଏବଂ Standard NC ସମେତ ତିନୋଟି ନଏଜ୍ କ୍ୟାନ୍ସେଲେସନ୍ ମୋଡ୍ ଏବଂ Pure Voice ଟେକ୍ନୋଲୋଜି ଦିଆଯାଇଛି ।
ଭାରତରେ Infinix Smart 20 HDର ମୂଲ୍ୟ ୧୦,୯୯୯ ଟଙ୍କା ରଖାଯାଇଛି । ଏହି ଫୋନ୍ କେବଳ 3GB RAM ଏବଂ 64GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ହେବ । ଫୋନଟି Flipkart ସହିତ କିଛି ରିଟେଲ୍ ଷ୍ଟୋରରୁ ମଧ୍ୟ କିଣାଯାଇପାରିବ । କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କୁ ୬ ମାସର No-Cost EMI ସୁବିଧା ମଧ୍ୟ ଦିଆଯାଉଛି । ଏହି ସ୍ମାର୍ଟଫୋନ୍ Sunlike Orange, Silver Dancer ଏବଂ Night Pulseର ଏହି ତିନୋଟି କଲର ଅପ୍ସନରେ ଉପଲବ୍ଧ ହେବ ।