ଗାନ୍ଧୀ ମାର୍ଗରେ ବିଜେଡିର ଗର। MMDR ବିଲ୍ କୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଗାନ୍ଧୀ ମାର୍ଗରେ MMDR ପ୍ରସଙ୍ଗରେ ନବୀନ ଦେଇଛନ୍ତି ଆହ୍ବାନ। କହିଛନ୍ତି ଏହି ଆନ୍ଦୋଳନ ସାଢ଼େ ୪ କୋଟି ଓଡ଼ିଆଙ୍କ ହକ୍ ପାଇଁ ଲଢ଼େଇ। ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଏକାଠି ହୋଇଛୁ ବୋଲି କହିଲେ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି ଉତ୍ତର ଦେଲେନାହିଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ହକ୍ ପାଇଁ ଲଢ଼େଇ ଜାରି ରହିବ। ଜେନ୍ ଜିଙ୍କ ସ୍ବାର୍ଥ ପାଇଁ ଆମର ଲଢ଼େଇ ଜାରି ରହିବ। ଜେନ୍ ଜି ଓ ଓଡ଼ିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ନବୀନ।
ସୋ କହିଛନ୍ତି, ଲଢ଼େଇରେ ସାମିଲ ହେବାକୁ ସବୁ ଦଳକୁ ଆହ୍ବାନ କରୁଛୁ। ଏ ମାଟି ପାଇଁ ଏକାଠି ହେବା ଦରକାର। MMDRକୁ ରାଜ୍ୟରେ ଲାଗୁ କରାଇ ଦେବା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ ବିଜେଡିର ପ୍ରତିବାଦ ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, କେବଳ ବିରୋଧୀ ଭାବରେ ବିରୋଧ କରୁଛନ୍ତି। ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହୋଇଥିଲେ ଦାୟିତ୍ୱ ସମ୍ପନ୍ନ ବ୍ୟବହାର କରିଥାନ୍ତେ। ବିରୋଧ କରୁଛନ୍ତି ପରେ ବୁଝିଯିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।