ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି ଦୀପିକା ପାଦୁକୋଣ,ବାପ୍ପାଙ୍କ ଆଶୀର୍ବାଦ ପରେ ରଣବୀର ଦ୍ବିତୀୟ ଥର ପାଇଁ କନ୍ୟା ସନ୍ତାନକୁ ଘରକୁ ସ୍ବାଗତ କରିଛନ୍ତି

ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ଘରେ ପୁଣି ଖେଳିଛି ଖୁସିର ଲହରୀ । ଦୀପିକା ପାଦୁକୋଣ ଦ୍ବିତୀୟ ପ୍ରେଗ୍ନେନ୍ସି ପାଇଁ ସେ ଚର୍ଚ୍ଚାରେ ଥିଲେ । ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି ଦୀପିକା ପାଦୁକୋଣ । ରଣବୀର ସିଂ ଏବଂ ଦୀପିକା ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ ଏବେ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଯାହା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି କରିଛି ।

ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ସେମାନଙ୍କ ଦ୍ୱିତୀୟ ସନ୍ତାନର ଖବରକୁ ନିଶ୍ଚିତ କରିଛନ୍ତି । ସେମାନେ ଇନଷ୍ଟାଗ୍ରାମରେ ସେମାନଙ୍କ ଝିଅର ପାଦଚିହ୍ନ ଥିବା ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଦମ୍ପତି ସେମାନଙ୍କ ଶିଶୁକନ୍ୟାଙ୍କ ଆଗମନର ଖବର ସେୟାର କରିବା ପରେ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି ।

ଆପଣଙ୍କୁ ଜଣାଇଦେଉଛୁ ଯେ, କନ୍ୟା ସନ୍ତାନକୁ ଜନ୍ମ ଦେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗତକାଲି ଦୀପିକା ଏବଂ ରଣବୀର ସିଂ ସିଦ୍ଧିବିନାୟକଙ୍କ ମନ୍ଦିରରେ ନଜର ଆସିଥିଲେ । ଦମ୍ପତ୍ତି ଗଣପତିଙ୍କ ଆଶୀର୍ବାଦ ପାଇଁ ପହଞ୍ଚିଥିଲେ ଏବଂ ତାଙ୍କ ଲୁକ୍ ଖୁବ୍ ଚର୍ଚ୍ଚା ସୃଷ୍ଟି କରିଥିଲା । ଯାହା ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ରଣବୀର ଦୀପିକାଙ୍କ କେୟାର କରୁଥିବା ଦେଖିବାକୁ ମିଳିଥିଲା । ବାପ୍ପାଙ୍କ ଆଶୀର୍ବାଦ ପରେ ରଣବୀର ଦ୍ବିତୀୟ ଥର ପାଇଁ କନ୍ୟା ସନ୍ତାନକୁ ଘରକୁ ସ୍ବାଗତ କରିଛନ୍ତି ।

ଦୀପିକା ଏବଂ ରଣବୀର ସିଂହ ୧୯ ଏପ୍ରିଲ୍ ୨୦୨୬ରେ ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ । ସେମାନେ ଇନ୍ ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ। ଦୀପିକା ଏବଂ ରଣବୀର ମଧ୍ୟ ନିକଟରେ ସେମାନଙ୍କ ଝିଅ ଦୁଆଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ତାଙ୍କର ମୁହଁ ପ୍ରକାଶ କରିଥିଲେ । ଦୀପିକା ଏବଂ ରଣବୀର ନଭେମ୍ବର ୧୪-୧୫, ୨୦୧୮ରେ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୮ ସେପ୍ଟେମ୍ବର ୨୦୨୪ରେ ସେମାନଙ୍କ ଝିଅ ଦୁଆଙ୍କୁ ସ୍ୱାଗତ କରିଥିଲେ । ଏବେ, ୧୯ ସେପ୍ଟେମ୍ବରରେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଝିଅକୁ ସ୍ୱାଗତ କରିଛନ୍ତି ।

ଯଦି ସେମାନଙ୍କ ୱାର୍କଫିଲ୍ଡ କଥା କୁହାଯାଏ ତେବେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଆଗାମୀ ଫିଲ୍ମ “କିଂ” ରେ ନଜର ଆସିବେ, ଯେଉଁଠାରେ ସେ ଶାହରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଏହି ଫିଲ୍ମ ୨୦୨୬ ଖ୍ରୀଷ୍ଟମାସରେ ରିଲିଜ ହେବ ବୋଲି ପ୍ଲାନ୍ ରହିଛି ।

Leave a comment