ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ଠାରେ ଆଜି ନୂତନ ସିନ୍ଦୁର ଲାଗି ହୋଇଛି । ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚନା କରିବା ପରେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫ ଦେବାଦେବୀଙ୍କୁ ନୂତନ ସିନ୍ଦୂର ଲାଗି କରାଯାଇଥିଲା । ପୂଜକ ମାନେ ମିଶି ଏହି କାର୍ଯ୍ୟ ସମାପନ କରିଥାନ୍ତି । ଆଜି ସିନ୍ଦୁର ଲାଗି ପରେ ମନ୍ଦିରର ଚତୁଃପାର୍ଶ୍ୱକୁ ସଫା କରାଯାଇଥାଏ । ଏହାପରେ ମାଁ ଙ୍କ ଠାରେ ଲାଗିଥିବା ଗହଣାକୁ ମଧ୍ୟ ସଫା କରାଯାଇଥାଏ । ମନ୍ଦିର ପ୍ରଶାସନ, ପୂଜକ ଓ ପୋଲିସର ଉପସ୍ଥିତିରେ ଏହି ଗହଣା ସଫା କରାଯାଇଥାଏ । ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଥିବା ଏହି ପାରମ୍ପରିକ ପ୍ରସ୍ତୁତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି । ନୂଆଁଖାଇର ମୁଖ୍ୟ ପର୍ବ ପୂର୍ବରୁ ମାଁଙ୍କ ନିକଟରେ ସମସ୍ତ ରୀତିନୀତି ସୁଚାରୁ ଭାବେ ସମ୍ପନ୍ନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ