ଭାରତୀୟ ଗ୍ରୀକୋ-ରୋମାନ୍ ମଲ୍ଲଯୋଦ୍ଧା ଦୀପକ ଡୋପ୍‌ ପରୀକ୍ଷାରେ ବିଫଳ,ସୀୟ କ୍ରୀଡ଼ାରୁ ପଡ଼ିଲେ ବାଦ୍‌

ଭାରତୀୟ ଗ୍ରୀକୋ-ରୋମାନ୍ ମଲ୍ଲଯୋଦ୍ଧା ଦୀପକ ଡୋପ୍‌ ପରୀକ୍ଷା​‌େ​‌ର ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଏସୀୟ କ୍ରୀଡ଼ାରୁ ବାଦ୍‌ ଦିଆଯାଇଛି। ଫଳରେ ଦୀପକ ଡୋପ୍‌ ପରୀକ୍ଷାରେ ବିଫଳ ହୋଇ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଥିବା ତୃତୀୟ ଭାରତୀୟ ମଲ୍ଲଯୋଦ୍ଧା ହୋଇଛନ୍ତି। ପୂର୍ବରୁ ଭାରତୀୟ କୁସ୍ତି ଦଳରେ ସ୍ଥାନ ପାଇଥିବା ମୁକୁଳ ଦହିୟା ଓ ଦୀପାଂଶୁ ମଧ୍ୟ ଡୋପ୍‌ ପରୀକ୍ଷାରେ ବିଫଳ ​‌ହୋଇ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଥିଲେ। ନିକଟରେ ଚମତ୍କାର ପ୍ରଦର୍ଶନ କରି ୨୩ ବର୍ଷ ବୟସ୍କ ଦୀପକ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଗ୍ରୀକୋ-ରୋମାନ୍ କୁସ୍ତି ଦଳରେ ସ୍ଥାନ ପାଇଥିଲେ। ନାଡା ପକ୍ଷରୁ ପ୍ରକାଶ ଯେ ଏସୀୟ କ୍ରୀଡ଼ା ପାଇଁ ମନୋନୟନ ଟ୍ରାଏଲ୍‌ସ ବେଳେ ଦୀପକଙ୍କ ମୂତ୍ର ନମୁନା ସଂଗ୍ରହ କରା ଯାଇଥିଲା। ଏହାର ପରୀକ୍ଷା ପରେ ଏଥିରୁ କ୍ଲୋମିଫିନ୍ ନାମକ ନିଷିଦ୍ଧ ଡ୍ରଗ୍‌ସ ଥିବା କଥା ଜଣା ପଡ଼ିଥିଲା। ଜୁଲାଇ ୨୩ରେ ଏହି ରିପୋର୍ଟ ଆସିବା ପରେ ଅଗଷ୍ଟ ୧୭ରେ ଏହା ବିଷୟ​‌େ​‌ର ଦୀପକଙ୍କୁ ପଚରା ଉଚୁରା କରା ଯାଇଥିଲା। ଦୀପକଙ୍କୁ ଏବେ ବାସନ୍ଦ କରା ଯାଇନାହିଁ ଏବଂ ସେ ପ୍ରତିଯୋଗିତାରେ ଭାଗ ନେଇପାରିବେ। ହେଲେ ଯଦି ତାଙ୍କର ‘ବି’ ନମୁନା ମଧ୍ୟ ପଜିଟିଭ୍‌ ଆସେ ତେବେ ଏସୀୟ କ୍ରୀଡ଼ାରୁ ସେ ଅଯୋଗ୍ୟ ଘୋଷିତ ହେବେ ଏବଂ ଭାରତୀୟ କୁସ୍ତି ମହାସଂଘକୁ ୨୦ ଲକ୍ଷ ଅର୍ଥଦଣ୍ଡ ଦେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଦୀପକଙ୍କୁ ଏସୀୟ କ୍ରୀଡ଼ାରୁ ବାଦ୍‌ ଦିଆଯାଇଛି।

Leave a comment