ସବୁ ସ୍କୁଲର ପିଲାଙ୍କଠାରେ ନିଶା ସାମଗ୍ରୀ ଉପଯୋଗ ସମସ୍ୟାର ମୁକାବିଲା ଲାଗି ‘ପ୍ରହରି କ୍ଲବ’ ଗଠନ କରାଯିବା
ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟସ୍ (ଏନସିପିସିଆର) ସେହି ପିଲାଙ୍କ ଲାଗି ଖାସ ନିଶାମୁକ୍ତି ସୁବିଧା ପ୍ରସ୍ତାବ ଦେଇଛନ୍ତି ଯେଉଁମାନେ ମାଦକପଦାର୍ଥର ଉପଯୋଗ କରୁଛନ୍ତି। ପିଲାଙ୍କ ବିକାଶ, ସୁରକ୍ଷା ଓ ଗୋପନୀୟତା ସମ୍ପର୍କିତ ଖାସ ଆବଶ୍ୟକତାକୁ ନଜରରେ ରଖି ରାଜ୍ୟ ସରକାରମାନଙ୍କୁ ନିଶା ମୁକ୍ତି କେନ୍ଦ୍ରମାନଙ୍କରେ ଧିରେ ଧିରେ ପିଲାଙ୍କ ଲାଗି ୱାର୍ଡ ଓ ଶଜ୍ଜ୍ୟା ଅଥବା ଅଲଗା ସମୟ ନିର୍ଦ୍ଧାରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।
ଏହି ପରାମର୍ଶରେ କୁହାଯାଇଛି ଯେ ଯେଉଁ ପର୍ଯ୍ୟନ୍ତ ଏହି ସବୁ ସୁବିଧା କରା ନଯାଇଛି ସେ ପର୍ଯ୍ୟନ୍ତ ଅଲଗା ଅଲଗା ବୟସର ଲୋକଙ୍କ ଲାଗି ତିଆରି ହୋଇଥିବା ନିଶାମୁକ୍ତି କେନ୍ଦ୍ରମାନଙ୍କୁ ପଠାଯାଉଥିବା ପିଲାଙ୍କୁ ସେଠାରେ ରହୁଥିବା ବୟଷ୍କ ଅଥବା ରୋଗୀଙ୍କ ଠାରୁ ପୃଥକ ରଖାଯିବା ଦରକାର। ସେହିପରି ଚିକିତ୍ସା କାଳରେ ସେମାନଙ୍କ ସହ କେହି ମା ଅଥବା ବାପା, ଅଭିଭାବକ କିମ୍ବା ଅଧିକୃତ ବ୍ୟକ୍ତି ରହୁଥିବା ଆବଶ୍ୟକ। ଯେପରି ପିଲାଙ୍କ ଚିକିତ୍ସା ଉପରେ ଅଭିଭାବକଙ୍କ ନଜର ରହି ପାରିବ।
ଏନସିପିସିଆର ଏହା ବି ପ୍ରସ୍ତାବ ଦେଇଛନ୍ତି ଯେ ସବୁ ସ୍କୁଲର ପିଲାଙ୍କଠାରେ ନିଶା ସାମଗ୍ରୀ ଉପଯୋଗ ସମସ୍ୟାର ମୁକାବିଲା ଲାଗି ‘ପ୍ରହରି କ୍ଲବ’ ଗଠନ କରାଯିବା ଆବଶ୍ୟକ। ତେବେ ଏଥିରେ ଅଧିକାରୀଙ୍କୁ ଦଣ୍ଡ ନଦେବା ଭଳି ଆଭିମୁଖ୍ୟ ଆପଣେଇବାକୁ କୁହାଯାଇଛି। ସେହିପରି ସ୍କୁଲମାନଙ୍କୁ କୁହାଯାଇଛି ଯେ କୌଣସି ପିଲାକୁ ନିଶା ବ୍ୟବହାର କରୁଥିବା ସନ୍ଦେହ ଅଥବା ପୁଷ୍ଟି ହେଲେ ତାଙ୍କୁ ସସପେଣ୍ଡ ନ କରିବାକୁ, ସ୍କୁଲରୁ ବାହର ନ କରିବାକୁ ଓ ସର୍ବସାଧାରଣରେ ତାକୁ ଅପମାନିତ ନ କରିବାକୁ ପରାମର୍ଶ ଦିଆଯାଇଛି।