ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨)
ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ପୁରୀ ପୌର ସଦନରେ ପ୍ରସ୍ତୁତି ବୈଠକ ବସିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଳ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଆଗକୁ ମହାପ୍ରଭୁଙ୍କ ରଥଯାତ୍ରା ଅସୁଥିବାରୁ କିପରି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଭାବେ କରାଯାଇପାରିବ ସେନେଇ ଆଲୋଚନା କରାଯାଉଛି । ତାହା ସହ ଚଳିତ ବର୍ଷ କରୋନା କଟକଣା ନଥିବାରୁ ଭକ୍ତମାନେ ଏଥର ରଥଯାତ୍ରାରେ ସାମିଲ ହେବା ନେଇ ବୈଠକରେ ଆଲୋଚନା ହୋଇପାରେ । ବର୍ତ୍ତମାନ ରଥଖଳାରେ ଶ୍ରୀଜିଉ ମାନଙ୍କର ରଥନିର୍ମାଣ କରାଯାଉଛି ।